ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ସନ୍ଧ୍ୟା ଆଳତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଇଛନ୍ତି।


ଶ୍ରୀଜୀଉ ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ପୁରପଲ୍ଲୀରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସନ୍ଧ୍ୟା ଆଳତୀ ଓ ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ବଡଦାଣ୍ଡ ଲୋକାରଣ୍ୟ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବାହିନୀ ମୃତୟନ ଥିଲେ।
ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଦେବସ୍ନାନ ମଣ୍ଡପ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ଦ୍ଵିତୀୟ ସନ୍ଧ୍ୟାରେ ପାରଳା ର ଅଗ୍ରଣୀ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ , ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର , ମିରାକେଲ ଡେନ୍ସ ଷ୍ଟୁଡିଓ , ଭିନିଶା କୁଚୁପୁଡ଼ି ଏକାଡେମୀର କଳାକାର ମାନଙ୍କ ଦ୍ବାରା ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଓ ସମ୍ବଲପୁରୀ ଭଜନ , ଭଜନ , କୁଚୁପୁଡ଼ି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ନୃସିଂହ ଚରଣ ପଟ୍ଟନାୟକ , ରାଜେନ୍ଦ୍ର ରଥ ମଞ୍ଚାସୀନ ରହି ନୃତ୍ୟ ଶିଳ୍ପୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।


ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Leave A Reply

Your email address will not be published.