ଦେଶୀ ରନ୍ଧା ମଦ ଜବତ, ୦୨ ଗିରଫ ।

0 2

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର ଓ ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ବଣା ଗ୍ରାମର ରୁକ୍ମଣୀ ହାଁସଦା ଓ ଶ୍ୟାମସୁନ୍ଦରପୁର ଗ୍ରାମର ଲକ୍ଷ୍ମୀଧର ଜେନା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.