ବିଜେପି ସରକାର ର ଛାତ୍ର ମାରଣ ନୀତି ବିରୁଦ୍ଧରେ ନୀଳଗିରି କଂଗ୍ରେସ ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ |

0 1

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ କ୍ରମେ ଓଡିଶା ର ବିଭିନ୍ନ ବ୍ଲକ ଓ ସଦର ମହକୁମା ରେ ବିଜେପି ର ଛାତ୍ର ମାରଣ ନୀତି, ପ୍ରଶ୍ନ ପତ୍ର ଲିକ, ଆନ୍ଦୋଳନ ରତ ଛାତ୍ର ଙ୍କ ଉପରେ ଅମାନବୀୟ ଅତ୍ୟାଚାର, କଂଗ୍ରେସ ଦଳ ର ଜନନେତା ରହୁଳ ଗାନ୍ଧୀ ଓ ପ୍ରିୟଙ୍କା ହ୍ୱନ୍ଧୀ ଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରିଥିବା ପ୍ରତିବାଦ ରେ ଆଜି ନୀଳଗିରି କଂଗ୍ରେସ ତରଫରୁ ସଭାପତି ତପନ କୁମାର ରାଉତ ଙ୍କ ଅଧକ୍ଷତା ରେ ଏକ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀ ମାନେ ଏକ ସଭାଯାତ୍ରା ରେ ଆସି ନୀଳଗିରି ଉପଜିଲ୍ଲାପାଳ ଙ୍କ ଅଫିସ ସଂମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବୀ କରିବା ସହିତ ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ ନଗର ସଭାପତି ଉପେନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଯଶୋଦା ନନ୍ଦନ ସିଂହ, ଜିଲ୍ଲା ସମ୍ପାଦକ ରାହାସ ବିହାରୀ ମହାପାତ୍ର, ବ୍ଲକ ଉପସଭାପତି ଜୟନ୍ତ ଦାସ, ବ୍ଲକ ଉପସଭାପତି ସୁରେନ୍ଦ୍ର ଦାସ,ବ୍ଲକ ଉପସଭାପତି ପିତାମ୍ବର ମିଶ୍ର,ଔପଦା ବ୍ଲକ ଉପସଭାପତି ବାସୁଦେବ ପାତ୍ର, ଡି. ଏନ. ପୁର ପ୍ରାକ୍ତନ ସରପଞ୍ଚ ବିଦ୍ୟାଧର ମହାନ୍ତି,ଆରବନ୍ଧ ପ୍ରାକ୍ତନ ସରପଞ୍ଚ ଧୀରେନ୍ଦ୍ର ନାୟକ,ଅନୁସୂଚିତ ଜନ ଜାତି ବ୍ଲକ ସଭାପତି ପ୍ରସନ୍ନ ପାତ୍ର, ଅ ଦ୍ୟତ ନାୟକ ରତ୍ନାକର ମାଝୀ, ବ୍ରଜମୋହନ ପୃଷ୍ଟି ,ଆରବନ୍ଧ ପଂଚାୟତ ସଭାପତି ସୂର୍ଯ୍ୟ କୁମାର ବେହେରା ଓ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ |

Leave A Reply

Your email address will not be published.