ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଉଣୀ ମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରା ଯାଇଥିଲା । ସଭାରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ, ମୁଖ୍ୟ ଅତିଥି ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ମନିଷା ଭୋଇ ଓ ସମ୍ମାନୀତ ଅତିଥି ଶ୍ରୀମତୀ ଖୁସବୁ ବରିହା, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ମମତା ଗଡତିଆ ଗୁରୁମା ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଜୀବନରେ ବିଜ୍ଞାନର ମହତ୍ତ୍ଵ ବିଷୟରେ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ନିରନ୍ତର ଜ୍ଞାନ ଅର୍ଜନ ପାଇଁ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ । ପଶ୍ଚିମ ସମ୍ଭାଗ ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମମତା ଗଡତିଆ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଶ୍ରୀମାନ ରଜତ କୁମାର ସାହୁ ଗୁରୁଜୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ମୋଟ ୨୪୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ୯ମ ଓ ୧୦ମ ଶ୍ରେଣୀରୁ ୧୫ ଟି, ୬ଷ୍ଠ ରୁ ୮ମ ଶ୍ରେଣୀରୁ ୩୦ ଟି, ୪ର୍ଥ ଓ ୫ମ ଶ୍ରେଣୀରୁ ୨୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । କିଶୋର ଓ ବାଳ ବର୍ଗରୁ ୬ଟି ମୂର୍ତ୍ତିକଳା ପ୍ରସ୍ତୁତ ହୋଇଥିଲା । ସେହିପରି ଶିଶୁ ମନ୍ଦିର ବିଭାଗରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ୧ମ ରୁ ୩ୟ ଶ୍ରେଣୀ ରୁ ୮୦ ଟି, ଅରୁଣ ଶ୍ରେଣୀ ରୁ ପ୍ରଭାତ ଶ୍ରେଣୀ ପର୍ଯ୍ୟନ୍ତ ୯୩ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଯେଉଁମାନେ ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିବେ ଆସନ୍ତା ତା.୦୮.୦୮.୨୬ ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା,ପଦ୍ମପୁର ରେ ଅଂଶ ଗ୍ରହଣ କରିବାର ସୂଚନା ରହିଛି । ଶେଷରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ ବୈଜ୍ଞାନିକ ମାନଙ୍କ ମହାନତା ସମ୍ପର୍କରେ ଆଶୀର୍ବଚନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post