ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସ୍ଥିତ ଏସ. ଏସ. ଫଙ୍କସନ ହଲ୍ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଜପୁର , ଗୋଷାଣୀ ବ୍ଲକର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେଣୁ ଗୋପାଳ ପାଢ଼ୀ ବିଗତ ମେ ୩୧, ୨୦୨୬ ରେ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଏକ ସାନ୍ଧ୍ୟ କାଳୀନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରାତ୍ରିକାଳୀନ ଭୋଜନ ବ୍ୟବସ୍ଥା ସହ ବେଣୁ ଗୋପାଳ ପାଢ଼ୀ ଓ ତାଙ୍କ ପରିବାର ତରଫରୁ ଆୟୋଜନ କରାଯାଇଥିଲା। ଏଥି ନିମନ୍ତେ ଏକ ଅବସର କାଳୀନ ସଭା ବନ୍ଧୁମାନଙ୍କ ସହାୟତାରେ ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ବହୁ ମାନ୍ୟଗଣ୍ୟ ପଦ ଅଧିକାରୀ , ଶିକ୍ଷକ ଶିକ୍ଷୟିତ୍ରୀ , ବନ୍ଧୁବର୍ଗ , ପରିବାର ସଦସ୍ୟ ଓ ବେଣୁ ଗୋପାଳ ପାଢ଼ୀଙ୍କ ମାତା ଶ୍ରୀମତୀ ସରସ୍ବତୀ ପାଢ଼ୀ ସମେତ ଅନ୍ୟମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସଭାରେ ବେଣୁ ଗୋପାଳ ପାଢ଼ୀଙ୍କ ଶିକ୍ଷକ ରୂପ ଦାୟିତ୍ୱ ବୋଧତା ଓ ଗୁଣାବଳୀ ଆଧାରିତ ପ୍ରଶଂସା ପତ୍ର ବନ୍ଧୁ ପୁରୁଷୋତ୍ତମ ବେହେରା , ରାମ ଶଙ୍କର ଗନ୍ତାୟତ , ସିମାଞ୍ଚଳ ବେହେରା , ସୁବା ରାଓ ଆଚାରୀ , ରମାକାନ୍ତ ପଟ୍ଟନାୟକ , ହରିନାଥ ପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ପଠନ କରିଥିଲେ। ବକ୍ତବ୍ୟ ମଧ୍ୟେ ସନ୍ତୋଷ ଚୌଧୁରୀ , ରାମ ଶଙ୍କର ଗନ୍ତାୟତ , ସୁଜାତା ନନ୍ଦ , ବାଳକୃଷ୍ଣ ମାଝୀ , ଆଦିକନ୍ଦ ବେହେରା , ସୋମେଶ ରାଓ ଓ ଅନ୍ୟମାନେ ବେଣୁ ପାଢ଼ୀଙ୍କର ଗୁଣାବଳୀ ପ୍ରକାଶ କରିଥିଲେ। ପତ୍ନୀ କୁସୁମ କୁମାରୀ ପଣ୍ଡା ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ ଓ ବନ୍ଧୁ ଚର୍ଚ୍ଚା କରିବା ସହ ପତି ଶ୍ରୀ ବେଣୁ ଗୋପାଳ ପାଢ଼ୀଙ୍କ ସେବା , ପରୋପକାରୀ ମନୋବୃତ୍ତି ଓ ନୈତିକ ଗୁଣ ସମୂହ ତାଙ୍କ ଜୀବନରେ କିଭଳି ସକାରାତ୍ମକ ପ୍ରଭାବ ପଡିଛି , ଭାବାବେଶରେ ବର୍ଣ୍ଣନା କରିଥିଲେ।
ରତ୍ନପ୍ରଭା ପାତ୍ର ବିଦାୟ କାଳୀନ ସଂଗୀତ ଗାନ କରିଥିଲେ। ଶ୍ରୀ ବେଣୁ ପାଢ଼ୀ ତାଙ୍କ ପ୍ରତି ଏତେ ମାତ୍ରାରେ ସ୍ନେହ , ସମ୍ନାନ ଦେଖି ବିହ୍ଵଳିତ ହେବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ଆଲୋଚ୍ୟର ବିଷୟ ବେଣୁ ପାଢ଼ୀଙ୍କ ଆତ୍ମୀୟ ସ୍ୱଜନ ମାନେ ଦୂର ପ୍ରାନ୍ତରୁ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ବେଣୁ ପାଢ଼ୀ ଓ କୁସୁମ ପଣ୍ଡାଙ୍କ ପୁତ୍ର ତଥା ଶିଶୁ ରୋଗ ସମ୍ବନ୍ଧୀୟ ସ୍ନାତକୋତ୍ତର ଅଧ୍ୟୟନରତ ଡ଼ଃ ଦିଗ ବିଜୟ ପାଢ଼ୀ ନିଜ ପିତାଙ୍କ ଏହି ଭବ୍ୟ ଆୟୋଜନ ପାଇଁ ବୟୋଜ୍ୟୋଷ୍ଠ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସେବା ନିବୃତ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post