ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପାରଳାଖେମୁଣ୍ଡି ରାଜପ୍ରାସାଦ ପରିଦର୍ଶନ କରିଛନ୍ତି। ୧୮୪୩ ମସିହାରେ ନିର୍ମିତ ଏହି ରାଜପ୍ରାସାଦ ଅନେକ ମୂକସାକ୍ଷୀ ଛାଡ଼ି ଯାଇଛି। ସେ ଉତ୍କଳ ସମ୍ମିଳନୀର ଅଭୁଦୟ ହେଉ ନୂତନ ଓଡିଶା ପୁନଃର୍ଗଠନ ହେଉ ଏଠି ଅନେକ ସ୍ମାରକୀ ଛାଡି ଯାଇଛି।
ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଅବଦାନ ନୂତନ ଓଡିଶା ଗଠନ କାହାକୁ ଅଛପା ନାହିଁ।ତେଣୁ ଏହି ପୁରାତନ ପ୍ରାସାଦ ଆଜି ଭଗ୍ନ ଅବସ୍ଥାରେ ରହିଛି।ଏହାକୁ ପୁନଃନିର୍ମାଣ ଏବଂ ମରାମତି କରିବାକୁ ବହୁଦିନ ହେଲା ସ୍ଥାନୀୟ ଶିକ୍ଷାବିତ୍ ଦାବୀ କରିଥିଲେ। ମନ୍ତ୍ରୀ ପାରଳା ମହାରାଣୀ ସୁଶ୍ରୀ କଲ୍ୟାଣୀ ଦେବୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ।
ଏହାର ରକ୍ଷଣାବେକ୍ଷଣ ପାଇଁ ମହାରାଣୀ ଅନୁରୋଧ କରିଥିଲେ। ଏଦିଗରେ କିଛି ପଦକ୍ଷେପ ନିଆଯିବ ମନ୍ତ୍ରୀ ନିଜ ମନ୍ତବ୍ୟରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅନାଦି ପାଣିଗ୍ରାହୀ ତଥା ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.