ସାଇ କା ଆଙ୍ଗନ୍‍ ପରିସରରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

0 47

ଗୁରୁଗ୍ରାମ: ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍‍’ ପରିସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ପାରମ୍ପରିକ ବୈଦିକ ରୀତି ନୀତି ଅନୁସାରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ଶ୍ରୀବିଗ୍ରହ ପ୍ରତିଷ୍ଠା କରିବା ପରେ ଏକ ଭବ୍ୟ ଶୋଭାଯାତ୍ରାରେ ଶ୍ରୀବିଗ୍ରହମାନଙ୍କ ନୂତନ ମନ୍ଦିର ପରିସରକୁ ନିଆଯାଇ ସ୍ଥାନା କରାଯାଇଥିଲା ।
ଏହି ଅବସରରେ ଗୁରୁଜୀ କହିଥିଲେ ଯେ ଭାରତର ଚାରିଧାମ ମଧ୍ୟରେ ପୁରୀ ଧାମର ସ୍ୱାତନ୍ତ୍ର୍ୟ ଅନନ୍ୟ । ଭାରତର ପ୍ରାୟ ସମସ୍ତ ସନ୍ଥ ଯଥା ନାନକ, ଚୈତନ୍ୟ, ଶଙ୍କର ଦେବ ପ୍ରମୁଖ ଏହି ପୀଠକୁ ଆସି ଭଗବାନଙ୍କର ଅପୂର୍ବ ଅନୁଭୂତି ଲାଭ କରିଛନ୍ତି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟାରେ ଅଧିବାସୀଙ୍କ ସମେତ ଓଡ଼ିଶା ଓ ବିଭିନ୍ନ ରାଜ୍ୟରୁ ବହୁ ଭକ୍ତ ଯୋଗଦେଇଥିଲେ ।
ଓଡ଼ିଶାରୁ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦେବାଶିଷ ସାମନ୍ତରାୟଙ୍କ ସମେତ ବହୁ ବିଶିଷ୍ଟ ଓ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ ।
ରାଜ୍ୟାଳ ହରିବାବୁ କମ୍ଭମପାତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ପଠାଇ ଉତ୍ସବର ସଫଳତା କାମନା କରିଥିଲେ ।
ସିବିଏସ କଲଚରାଲ ଫାଉଣ୍ଡେସନ ସହଯୋଗରେ ସାଇ କା ଆଙ୍ଗନ ପରିବାର ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ଗୁରୁଜୀଙ୍କ ମାର୍ଗଦର୍ଶନରେ ଗତ ତିନିବର୍ଷ ଧରି ସାଇ କା ଆଙ୍ଗନ୍‍ରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଆସୁଛି । ସ୍ଥାନୀୟ ଭକ୍ତମାନଙ୍କର ବିପୁଳ ଆନନ୍ଦ ଓ ଉତ୍ସାହକୁ ଦେଖି ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ।ଇଁ ନିଷ୍ପତ୍ତି ନିଆଯାଇଥିଲା । ଗୁରୁଜୀ ଡ. ଶତପଥୀ ଜଗନ୍ନାଥ ସଂସ୍‍ୃତିର ପ୍ରଚାର ଓ ପ୍ରସାର ଦିଗରେ ଦୀର୍ଘବର୍ଷରୁ ଦେଶ ଓ ବିଦେଶରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କରି ଉଦ୍ୟମରେ ନୂଆଦିଲ୍ଲୀର ନୋଇଡ଼ା, ବରେଲି ଓ ଆମେରିକାର ଡଲାସ ସମେତ ବିଭିନ୍ନ ସ୍ଥାନରେ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.