ଓଡ଼ଗାଁ, ୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ରହି ଦୀର୍ଘ ୪୩ ବର୍ଷ ଧରି କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଆସିଥିବା ବରିଷ୍ଠ ନେତା ବସନ୍ତ କୁମାର କର ଦଳର ସାଧାରଣ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ବସନ୍ତ କୁମାର କର ପୂର୍ବରୁ ନୟାଗଡ଼ ଜିଲ୍ଲା କିଷାନ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ସଭାପତି ଓ ସାଧାରଣ ସମ୍ପାଦକ ତଥା ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ଓ ସାଧାରଣ ସମ୍ପାଦକ ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ। ଦୀର୍ଘଦିନ ଧରି ଦଳ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିଥିବା ଏହି ବରିଷ୍ଠ ନେତା ଦଳୀୟ ଅସନ୍ତୋଷ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା କଂଗ୍ରେସ ଶିବିର ପାଇଁ ଏକ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Sign in
Sign in
Recover your password.
A password will be e-mailed to you.