କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ;

0


ଭୂତ ମତଦାତାଙ୍କୁ ବାଦ୍‌ ଦେଇ ପ୍ରକୃତ ମତଦାତାଙ୍କୁ ତାଲିକାଭୁକ୍ତ କରିବାକୁ ଗୁରୁତ୍ୱ,

ଓଡ଼ଗାଁ, ୨୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ ଦଣ୍ଡୋରସ୍ଥିତ ମା’ ପାଣିଷଣ୍ଢ ମନ୍ଦିର ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶକ୍ତିକେନ୍ଦ୍ରର ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସମ୍ପର୍କରେ ଆଲୋଚନା କରିଥିଲେ। ମତଦାତା ତାଲିକାର ନିର୍ଭୁଲ ସଂଶୋଧନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଭୂତ ମତଦାତାଙ୍କୁ ତାଲିକାରୁ ବାଦ୍‌ ଦେବା ସହ ପ୍ରକୃତ ମତଦାତାଙ୍କୁ ତାଲିକାରେ ସାମିଲ କରିବାକୁ କୁରାଳ ବିଜେପି ଯୁବମୋର୍ଚ୍ଚା ସଭାପତି ଜିତୁରାଜ ଚିନରା ପ୍ରସ୍ତାବ ରଖିଥିଲେ। ବିଜେପିର ଶକ୍ତି ବୃଦ୍ଧି ପାଇଁ ପ୍ରତ୍ୟେକ ପରିବାର ସହ କର୍ମୀମାନେ ଯୋଗାଯୋଗ ରଖି ଦଳକୁ ଅଧିକ ସଶକ୍ତ କରିବା ଉପରେ ମାଧବ ସାହୁ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଜେପି ଏକ ଶୃଙ୍ଖଳିତ ଦଳ ହୋଇଥିବାରୁ ସମସ୍ତେ ଶୃଙ୍ଖଳାର ସହ କାର୍ଯ୍ୟ କରି କୁରାଳ ମଣ୍ଡଳରେ ଦଳକୁ ଅଧିକ ସୁଦୃଢ଼ କରିବାକୁ ଯୁବମୋର୍ଚ୍ଚା ସମ୍ପାଦକ ତ୍ରିପତ କୁମାର ପଣ୍ଡା ଆହ୍ୱାନ ଦେଇଥିଲେ। ପ୍ରଶାନ୍ତ କୁମାର ଦାଶ ଓ କାହ୍ନୁ ଚରଣ ପରିଡ଼ା ବୈଠକ ପରିଚାଳନା କରିଥିଲେ।

Leave A Reply

Your email address will not be published.