ବରଗଛ ବନ୍ଧୁ ଅଭିଯାନ,ଏକ୍ ପେଡ ମା କେ ନାମ” କାର୍ଯ୍ୟକ୍ରମ

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ଆଜି “ଏକ୍ ପେଡ ମା କେ ନାମ” (ମା ପାଇଁ ଗଚ୍ଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମହମ୍ମଦ ଅବିଦ୍ ହୁସେନ, (ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ) ଅନ୍ୟାନ୍ୟ ସମ୍ମାନୀୟ ଅତିଥି ଭାବେ ରବିଶଙ୍କର ମିଶ୍ର (ଡେପୁଟି କମାଣ୍ଡେଣ୍ଟ, ବି.ଏସ୍.ଫ.) , ସୁଶ୍ରୀ ପ୍ରିୟଙ୍କା ମହନ୍ତ, ( A.C.F.), ଡାକ୍ତର ରଞ୍ଜନ କୁମାର ସ୍ଵାଇଁ, (H.O.D, ବାଣିଜ୍ୟ ବିଭାଗ, ମାଲକାନଗିରି ମହାବିଦ୍ୟାଳୟ ମାଲକାନଗିରି) , ଇଞ୍ଜିନିୟରିଂ ବାଳକୃଷ୍ଣ ପାଢି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ରାଉତ, (ରେଞ୍ଜର ମାଲକାନଗିରି), ଶ୍ରୀଯୁକ୍ତ ହଳଧର ସବର ( ପ୍ରକଳ୍ପ ପ୍ରକାଶକ ତଥା ଅଧ୍ୟକ୍ଷ) ଓ ଅନ୍ୟାନ୍ୟ 30 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ 400 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

ମୁଖ୍ୟ ଅତିଥି ଡାକ୍ତର ହୁସେନ ପ୍ରଥମେ ପରିବେଶ ଓ ଜୀବନ ପାଇଁ ବୃକ୍ଷ ର ମହତ୍ତ୍ୱ ବିଷୟ ରେ ଆଲୋକପାତ କରିଥିଲେ l ଶେଷରେ ବର, ଆମ୍ବ, ପିଜୁଳି, ଅଁଳା, ଲେମ୍ବୁ, ଜାମୁ, କରଞ୍ଜ, ଲିମ୍ବ, ଓ ସଜନା ଭଳି ପାଖାପାଖି 150 ଗଚ୍ଛ ରୋପଣ ବିଦ୍ୟାଳୟ ହତାରେ ରୋପଣ କରିଥିଲେ l ଶେଷରେ ଶ୍ରୀ ଶଶଧର ପାଣିଗ୍ରାହୀ, (ଉପାଧ୍ୟକ୍ଷ) ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ,ମାଲକାନଗିରି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ l

Leave A Reply

Your email address will not be published.