ସିଏସଏମ୍ ଟେକ୍ନୋଲୋଜିଜ୍‌ର FY26ରେ ଦୃଢ଼ ପ୍ରଦର୍ଶନ

0

-ମୋଟ ଆୟ ₹228.72 କୋଟି, 14% ବୃଦ୍ଧି,
-ସୁଦୃଢ଼ ଅର୍ଡର ବୁକ୍‌ର ସମର୍ଥନ EBITDAରେ 56.6% ବୃଦ୍ଧି
-Q4 FY26ର PAT ବାର୍ଷିକ ଆଧାରରେ 77.7% ବୃଦ୍ଧି;
-ପୂରା ବର୍ଷର PAT ₹24.01 କୋଟି, 70.2% ବୃଦ୍ଧି


ଭୁବନେଶ୍ୱର, 20 ଜୁଲାଇ 2026: ଗଭ୍‌ଟେକ୍ (GovTech) ଏବଂ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ କାର୍ଯ୍ୟରତ ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ (BSE: 544806 | NSE: CSM) ଆଜି 31 ମାର୍ଚ୍ଚ 2026ରେ ସମାପ୍ତ ହୋଇଥିବା ଚତୁର୍ଥ ତ୍ରୟମାସିକ ଏବଂ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ତାହାର ଅଡିଟ୍ ହୋଇଥିବା ସମନ୍ୱିତ ଆର୍ଥିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ତାଲିକାଭୁକ୍ତ ହେବା ପରେ ଏହା ଏହାର ପ୍ରଥମ ପୂର୍ଣ୍ଣ ବର୍ଷର ଫଳାଫଳ।
କମ୍ପାନୀର ବୋର୍ଡ ଅଫ୍ ଡିରେକ୍ଟର୍ସ FY26 ପାଇଁ 5,16,03,472 ଇକ୍ୱିଟି ସେୟାର ପ୍ରତି ₹0.50 ହାରରେ ଅନ୍ତିମ ଲାଭାଂଶ ସୁପାରିଶ କରିଛନ୍ତି। ଆଗାମୀ ବାର୍ଷିକ ସାଧାରଣ ସଭା (AGM)ରେ ଶେୟାରହୋଲ୍ଡରଙ୍କ ଅନୁମୋଦନ ପରେ ଏହି ଲାଭାଂଶ ସଭାର 30 ଦିନ ମଧ୍ୟରେ ପ୍ରଦାନ କରାଯିବ।
FY26 ସମନ୍ୱିତ ପ୍ରମୁଖ ଆର୍ଥିକ ସୂଚକ (₹ ଲକ୍ଷ)
ମୋଟ ଆୟ: ₹22,871.8 ଲକ୍ଷ (FY25: ₹20,062.7 ଲକ୍ଷ), ବୃଦ୍ଧି 14.0%
EBITDA: ₹4,800.0 ଲକ୍ଷ (FY25: ₹3,065.3 ଲକ୍ଷ), ବୃଦ୍ଧି 56.6%
EBITDA ମାର୍ଜିନ: 21.0% (FY25: 15.3%), ବୃଦ୍ଧି 571 ବେସିସ୍ ପଏଣ୍ଟ
ବ୍ୟତିକ୍ରମଧର୍ମୀ ଖର୍ଚ୍ଚ ପୂର୍ବ କରପୂର୍ବ ଲାଭ (PBT): ₹3,477.7 ଲକ୍ଷ, ବୃଦ୍ଧି 70.0%
ବ୍ୟତିକ୍ରମଧର୍ମୀ ଖର୍ଚ୍ଚ ପରବର୍ତ୍ତୀ PBT: ₹3,204.5 ଲକ୍ଷ, ବୃଦ୍ଧି 56.6%
କର ପରବର୍ତ୍ତୀ ଲାଭ (PAT): ₹2,400.7 ଲକ୍ଷ, ବୃଦ୍ଧି 70.2%
PAT ମାର୍ଜିନ: 10.5% (FY25: 7.0%), ବୃଦ୍ଧି 347 ବେସିସ୍ ପଏଣ୍ଟ
ମୂଳ ଓ ଡିଲ୍ୟୁଟେଡ୍ EPS: ₹6.10 (FY25: ₹3.72), ବୃଦ୍ଧି 64.0%

EBITDA ଅର୍ଥ ହେଉଛି କର, ଅର୍ଥାୟନ ବ୍ୟୟ, ମୂଲ୍ୟହ୍ରାସ ଓ ଅମୋର୍ଟାଇଜେସନ୍ ପୂର୍ବରୁ ଥିବା ଲାଭ।
ନୂତନ ଶ୍ରମ ସଂହିତା (Labour Codes)ର ବୈଧାନିକ ପ୍ରଭାବ ଯୋଗୁଁ ₹273.24 ଲକ୍ଷର ଏକକାଳୀନ ବ୍ୟତିକ୍ରମଧର୍ମୀ ଖର୍ଚ୍ଚ ପରେ ଏହି ଲାଭ ସଂଖ୍ୟା ଦର୍ଶାଯାଇଛି।
Q4 FY26 ସମନ୍ୱିତ ପ୍ରମୁଖ ଆର୍ଥିକ ସୂଚକ (₹ ଲକ୍ଷ)

ମୋଟ ଆୟ: ₹6,166.8 ଲକ୍ଷ; ବାର୍ଷିକ ଆଧାରରେ 2.61% ବୃଦ୍ଧି
EBITDA: ₹1,640.7 ଲକ୍ଷ; ବାର୍ଷିକ ଆଧାରରେ 56.03% ବୃଦ୍ଧି
EBITDA ମାର୍ଜିନ: 26.6%; 911 ବେସିସ୍ ପଏଣ୍ଟ ବୃଦ୍ଧି
PAT: ₹929.9 ଲକ୍ଷ; ବାର୍ଷିକ ଆଧାରରେ 77.72% ବୃଦ୍ଧି
PAT ମାର୍ଜିନ: 15.1%; 637 ବେସିସ୍ ପଏଣ୍ଟ ବୃଦ୍ଧି
ମୂଳ ଓ ଡିଲ୍ୟୁଟେଡ୍ EPS: ₹2.41; ବାର୍ଷିକ ଆଧାରରେ 74.02% ବୃଦ୍ଧି
ନୂତନ ଶ୍ରମ ସଂହିତାର ବୈଧାନିକ ପ୍ରଭାବ ସ୍ୱରୂପ ₹273.24 ଲକ୍ଷର ଏକକାଳୀନ ଖର୍ଚ୍ଚ ସମାବେଶ ହେବା ପରେ ଏହି ତ୍ରୟମାସିକର ଲାଭ ହିସାବ କରାଯାଇଛି। ଏହି ଖର୍ଚ୍ଚ ବ୍ୟତୀତ ତ୍ରୟମାସିକ PBT ₹1,417.28 ଲକ୍ଷ ଥିଲା, ଯାହା ବାର୍ଷିକ ଆଧାରରେ 92.1% ବୃଦ୍ଧି ଦର୍ଶାଇଛି।
ପରିଚାଳନାର ମତାମତ
ଫଳାଫଳ ଉପରେ ମତ ପ୍ରକାଶ କରି ସିଏସଏମ୍ ଟେକ୍ନୋଲୋଜିଜ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ପ୍ରିୟଦର୍ଶୀ ପାଣି କହିଛନ୍ତି:
“FY26 ସିଏସଏମ୍ ଟେକ୍ନୋଲୋଜିଜ୍ ପାଇଁ ଏକ ସଫଳ ବର୍ଷ ରହିଛି। ଏହି ଅବଧିରେ ଆମର ମୋଟ ଆୟ 14.0% ବୃଦ୍ଧି ପାଇଥିବାବେଳେ EBITDA ଓ PAT କ୍ରମଶଃ 56.6% ଓ 70.2% ବୃଦ୍ଧି ପାଇଛି। ଏହା ଆମର ଉନ୍ନତ କାର୍ଯ୍ୟଦକ୍ଷତା, ଭଲ ପରିଚାଳନା ଏବଂ ସଫଳ କାର୍ଯ୍ୟନ୍ୱୟନର ପ୍ରତିଫଳନ। ଗଭ୍‌ଟେକ୍ ଓ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ ଆମେ ଆମର କ୍ଷମତାକୁ ନିରନ୍ତର ସୁଦୃଢ଼ କରୁଛୁ ଏବଂ ନିଜସ୍ୱ ପ୍ଲାଟଫର୍ମ, କୃତ୍ରିମ ବୁଦ୍ଧିମତା (AI) ଓ ତଥ୍ୟ-ଆଧାରିତ ସମାଧାନରେ ନିବେଶ କରୁଛୁ। ₹357.63 କୋଟିର ଶକ୍ତିଶାଳୀ ଅର୍ଡର ବୁକ୍‌, ସୁଦୃଢ଼ ବାଲାନ୍ସ ଶିଟ୍ ଏବଂ ଭାରତ ସହ ଆନ୍ତର୍ଜାତିକ ବଜାରରେ ବଢୁଥିବା ଉପସ୍ଥିତି ଆମକୁ FY27 ପାଇଁ ଉଜ୍ଜ୍ୱଳ ସୁଯୋଗ ଦେଇଛି।”
ପରିଚାଳନା ଓ ବ୍ୟବସାୟିକ ପ୍ରମୁଖ ଦିଗ
31 ମାର୍ଚ୍ଚ 2026 ସୁଦ୍ଧା କମ୍ପାନୀର ଅମୀମାଂସିତ ଅର୍ଡର ବୁକ୍ ₹357.63 କୋଟିରେ ପହଞ୍ଚିଥିଲା। ଏହା FY26ର ରାଜସ୍ୱର ପ୍ରାୟ ଦେଢ଼ ଗୁଣା ସମାନ ଏବଂ ଭବିଷ୍ୟତ ଆୟ ଉପରେ ଦୃଢ଼ ଦୃଶ୍ୟମାନତା ପ୍ରଦାନ କରୁଛି।
FY26ରେ EBITDA ମାର୍ଜିନ 571 ବେସିସ୍ ପଏଣ୍ଟ ବଢ଼ି 21.0%ରେ ପହଞ୍ଚିଛି, ଯାହା ଉନ୍ନତ ଡେଲିଭରି କ୍ଷମତା ଏବଂ ଅପରେଟିଂ ଲିଭରେଜ୍ ଦ୍ୱାରା ସମ୍ଭବ ହୋଇଛି।
କମ୍ପାନୀ FY26ରେ ନିଜସ୍ୱ ପ୍ରଡକ୍ଟ ଓ ଟେକ୍ନୋଲୋଜି ପ୍ଲାଟଫର୍ମ ବିକାଶ ପାଇଁ ପ୍ରଗତିଧୀନ ଅମୂର୍ତ୍ତ ସମ୍ପତ୍ତିରେ ₹10.25 କୋଟି ନିବେଶ କରିଥିଲା। ସେହିପରି, ଭବିଷ୍ୟତ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ₹3.17 କୋଟି ସ୍ଥାୟୀ ସମ୍ପତ୍ତି ଏବଂ ₹1.17 କୋଟି ପୁଞ୍ଜିଗତ ପ୍ରଗତିଶୀଳ କାର୍ଯ୍ୟରେ ବ୍ୟୟ କରାଯାଇଥିଲା।
କମ୍ପାନୀ ଭାରତ ସହ ଆଫ୍ରିକାକୁ କେନ୍ଦ୍ର କରି ଆନ୍ତର୍ଜାତିକ ବଜାରରେ ତାହାର ଉପସ୍ଥିତି ବିସ୍ତାର କରିଛି। ସରକାର ଓ ଲୋକସେବା, ଖଣି ଓ ସମ୍ପର୍କିତ ସେବା, କୃଷି, ଶିଳ୍ପ ଓ ବାଣିଜ୍ୟ ସୁବିଧା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପର୍ଯ୍ୟଟନ କ୍ଷେତ୍ରରେ ଏହାର ଗଭୀର ଦକ୍ଷତାକୁ ବ୍ୟବହାର କରି ନବୀନ ପ୍ରଯୁକ୍ତିକେନ୍ଦ୍ରିକ ସମାଧାନ ପ୍ରଦାନ କରାଯାଉଛି।
AI, ମେସିନ୍ ଲର୍ଣ୍ଣିଙ୍ଗ, ସାଇବର ସୁରକ୍ଷା, କ୍ଲାଉଡ୍, ଡାଟା ଆନାଲିଟିକ୍ସ ଓ ଅଟୋମେସନ୍ ପରି ଉଦୀୟମାନ ପ୍ରଯୁକ୍ତିରେ ନିରନ୍ତର ନିବେଶ ସହ ପ୍ରଯୁକ୍ତି-ନେତୃତ୍ୱାଧୀନ ନବସୃଜନ ସିଏସଏମ୍‌ର ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ହୋଇ ରହିଛି।
ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ସମ୍ପର୍କରେ
ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ଏକ ପ୍ରମୁଖ ପ୍ରଯୁକ୍ତି-ସମାଧାନ ପ୍ରଦାନକାରୀ ସଂସ୍ଥା, ଯାହା GovTech ସମାଧାନ ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସେବାରେ ବିଶେଷଜ୍ଞ। ସରକାର ଓ ବେସରକାରି କ୍ଷେତ୍ର ପାଇଁ ଅନେକ ପ୍ରଥମ-ପ୍ରକାରର ପ୍ରକଳ୍ପ ସଫଳତାର ସହ କାର୍ଯ୍ୟନ୍ୱୟନ କରିଥିବା ଦେଶର ଅଗ୍ରଣୀ ଆଇଟି ସଂସ୍ଥାମାନଙ୍କ ମଧ୍ୟରେ ଏହା ଅନ୍ୟତମ।
ଓଡ଼ିଶାର ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା କମ୍ପାନୀଟି ଭାରତର ଅନେକ ରାଜ୍ୟ ସହ ଆଫ୍ରିକା, UAE, ଯୁକ୍ତରାଷ୍ଟ୍ର ଓ କାନାଡାରେ ମଧ୍ୟ ନିଜର ଉପସ୍ଥିତି ସ୍ଥାପନ କରିଛି। କମ୍ପାନୀର ପ୍ରଯୁକ୍ତିଗତ ଓ କାର୍ଯ୍ୟନ୍ୱୟନ କ୍ଷମତା CMMI Development Maturity Level 5 ଏବଂ ବିଭିନ୍ନ ISO ପ୍ରମାଣପତ୍ର ଦ୍ୱାରା ସମର୍ଥିତ।
CSMର ସଂଗଠନାତ୍ମକ ସଂସ୍କୃତି ଏହାର C.A.T.C.H. ଦର୍ଶନ ଉପରେ ଆଧାରିତ, ଯାହାର ଅର୍ଥ ହେଉଛି Commitment (ପ୍ରତିବଦ୍ଧତା), Accountability (ଉତ୍ତରଦାୟିତ୍ୱ), Transparency (ସ୍ୱଚ୍ଛତା), Creativity (ସୃଜନଶୀଳତା) ଏବଂ Humility (ବିନମ୍ରତା)।

Leave A Reply

Your email address will not be published.