ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ”ନାରୀ ସୁରକ୍ଷା ଓ ସଶକ୍ତି କରଣ” ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ମଙ୍ଗଳ ବାର ) ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ”ଶକ୍ତିଶ୍ରୀ” ସଶକ୍ତିକରଣ ସେଲ୍ ଆନୁକୂଲ୍ୟରେ ‘ନାରୀ ସୁରକ୍ଷା ଓ ସଶକ୍ତିକରଣ’ ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ବିଶିଷ୍ଟ ଆଇନଜୀବି ତଥା ଜଷ୍ଟିସ୍ କିଶୋର ନ୍ୟାୟ ପରିଷଦର ସଦସ୍ୟା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହିଳାମାନଙ୍କ ସୁରକ୍ଷାଦିଗରେ ଆଇନର ବିଭିନ୍ନ ଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ନାରୀ ନିଜେ ସଶକ୍ତ ଏବଂ ଜାଗ୍ରତ ହେବା ସହିତ ଆବଶ୍ୟକ ସ୍ଥଳେ ଆଇନର କିପରି ସହଯୋଗ ନେଇପାରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପ୍ରତି ସଚେତନ କରାଇପାରିବ ସେହି ବିଷୟରେ ସେ ବିଷଦ ଆଲୋଚନା କରିଥିଲେ।
ଅଧ୍ୟକ୍ଷା ଡ଼ ରୀନା ସାହୁ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମହାବିଦ୍ୟାଳୟରେ ରହିଥିବା ଆଇ.ସି.ସି , ଶକ୍ତିଶ୍ରୀ , ପୋସ୍କ ଆଇନ , ଏଣ୍ଟିରେଗିଂଗ୍ କମିଟି , ଓ ବିଭିନ୍ନ ପରିଷଦ ବିଷୟରେ ଅବଗତ କରାଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରି ”ଶକ୍ତିଶ୍ରୀ” ସଶକ୍ତିକରଣ ସେଲର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଅତିଥି ଅଧ୍ୟାପିକା ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ସମସ୍ତ ଅଧ୍ୟାପିକା , ଅଧ୍ୟାପକ ଏବଂ ଅଣ ଶିକ୍ଷକ କର୍ମଚାରୀବୃନ୍ଦଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଯାଇଛି।

Leave A Reply

Your email address will not be published.