ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ସତ୍ୟବାନ୍ ସାହୁ (୪୨)ଙ୍କ ଗୋଆରେ ହଠାତ୍ ମୃତ୍ୟୁ ଘଟିବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ସୋମବାର ଅପରାହ୍ନରେ ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଆଖିରେ ଲୁହ ଝରିପଡ଼ିଥିଲା। ସୂଚନା ଅନୁଯାୟୀ, ସତ୍ୟବାନ୍ ସାହୁ ପରିବାର ସହ ଗୋଆରେ ରହି ରଙ୍ଗ କାମ କରୁଥିଲେ। ରବିବାର ସକାଳେ ଜିମ୍ ରୁ ଘରକୁ ଫେରିବା ପରେ ସେ ହଠାତ୍ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋମବାର ତାଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ନିଆଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶବଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସତ୍ୟବାନଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଳ୍ପ ବୟସର ପୁଅଝିଅଙ୍କ ଭବିଷ୍ୟତ ଏବଂ ପରିବାରର ଜୀବିକାକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ବଢ଼ିଛି। ଗ୍ରାମବାସୀ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.