ପୁରୀ ରଥ ଯାତ୍ରା ଅବସରରେ ୧୩ ପ୍ରମୁଖ ଓଡ଼ିଆ ପାର୍ବଣ ଖାଦ୍ୟ ପ୍ରସ୍ତୁତି ବିଧି, ୧ ୟିପ୍ପି!

0


ଓଡ଼ିଶାର ବାର ମାସ ତେର ପର୍ବ ଦ୍ୱାରା ପ୍ରେରଣା ଲାଭକରି ୟିପ୍ପି!

୧୩ଟି ଅତିପ୍ରିୟ ପାର୍ବଣ ଖାଦ୍ୟ ପ୍ରସ୍ତୁତି ବିଧିକୁ ନବୋନ୍ମେଷୀ ନୁଡଲ ପ୍ରସ୍ତୁତିରେ ରୂପାନ୍ତରିତ କଲା

ପୁରୀ: ଚଳିତ ରଥ ଯାତ୍ରାରେ ସନଫିଷ୍ଟ ୟିପ୍ପି! ‘ବାର ମାସ, ୟିପ୍ପି! ପର୍ବ’ ସହିତ ଓଡ଼ିଶା ର ସମୃଦ୍ଧ ଖାଦ୍ୟ ପ୍ରସ୍ତୁତି ବିଧିକୁ ପାଳନ କରିଛି, ଯାହା ରାଜ୍ୟର ‘ବାର ମାସ, ତେର ପର୍ବ’ (ଟେ୍‌ôଲ୍‌ଭ ମନ୍ଥସ୍‌, ଥାର୍ଟିନ ଫେଷ୍ଟିଭାଲସ୍‌)ର ଆକାଂକ୍ଷିତ ଦର୍ଶନରେ ପ୍ରେରଣା ଲାଭ କରି ଏହି ଧରଣର ପ୍ରଥମ ସାଂସ୍କୃତିକ ଓ ବ୍ୟଞ୍ଜନଭିତ୍ତିକ ଅନୁଭୂତି ହୋଇଛି । ୟିପ୍ପି! ନୁଡଲସ୍‌ର ବିବିଧତାକୁ ପ୍ରଦର୍ଶନ କରି ଏହି ଅଭିନ୍ନ ଓଡ଼ିଶାର କେତେକ ସର୍ବାଧିକ ପ୍ରିୟ ପାର୍ବଣ ବ୍ୟଞ୍ଜନକୁ ନବୋନ୍ମେଷୀ ସୃଷ୍ଟିରେ ପୁନଃ ପରିକଳ୍ପିତ କରିଛି ଏବଂ ଉପଭୋକ୍ତାମାନଙ୍କୁ ଲୋକପ୍ରିୟ ସ୍ୱାଦୁର ଅନୁଭୂତି ନେବାକୁ ଏକ ସତେଜ ଉପାୟ ଯୋଗାଇ ଦେଇଛି ।
ଓଡ଼ିଶାର ସୁସଂହତ ପାର୍ବଣ ଏବଂ ପଟ୍ଟଚିତ୍ର କଳାର ସମୃଦ୍ଧ କାହାଣୀ କଥନ ପରମ୍ପରାରେ ଅନୁପ୍ରେରିତ ହୋଇ, ବାରମାସ, ୟିପ୍ପି! ପର୍ବ ଓଡ଼ିଆ କ୍ୟାଲେଣ୍ଡରକୁ ପ୍ରତିନିଧିତ୍ୱ କରୁଥିବା ୧୨ ମାସର ବିଷୟ ବାତାୟନ ସହିତ ପୁରୀ ବେଳାଭୂମିରେ ଏକ ବିଶାଳ ପାଭିଲିୟନରେ ସ୍ଥାନ ପାଇଥିଲା । ପ୍ରତ୍ୟେକ ବାତାୟନରେ ଏକ ଅନନ୍ୟ ବ୍ୟଞ୍ଜନଗତ ନବସୃଜନ ପ୍ରଦର୍ଶିତ ହୋଇଥିଲା ଯାହା ୟିପ୍ପି! ନୁଡଲସ୍‌ର ସମ୍ମିଶ୍ରଣ ସହିତ ପ୍ରିୟ ଆଞ୍ଚଳିକ ଖାଦ୍ୟ ପ୍ରସ୍ତୁତି ବିଧିକୁ ପୁନଃ ପରିକଳ୍ପିତ କରିଥିଲା । କ୍ରିମି ପୋସ୍ତ ପ୍ରେରିତ ନୁଡଲର ମିଶ୍ରଣରେ ପୋଟଳ ପୋସ୍ତ ଠାରୁ ନେଇ ୟିପ୍ପି! ନୁଡଲସ୍‌ ରହିଥିବା ଦହି ବରା ଆଳୁଦମ୍‌, ନୁଡଲସ୍‌ ପୁର ରହିଥିବା ଚାଉଳ ବରା ଏବଂ ୟିପ୍ପି! ମିଶ୍ରିତ ମୁଗ ଡାଲି ଖେଚୁଡି ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟ ପାରମ୍ପରିକ ସ୍ୱାଦରେ ଏକ ତାଜାପଣ ପରୋଶୀ ଥିଲେ । ଏହି ପ୍ରୟାସ ଓଡ଼ିଶାର ସମୃଦ୍ଧ ବ୍ୟଞ୍ଜନଗତ ଐତିହ୍ୟକୁ ପାଳନ କରିବା ସହିତ କ୍ଲାସିକ ଆଞ୍ଚଳିକ ପ୍ରିୟ ଖାଦ୍ୟଗୁଡିକୁ ଚମକ୍ରାର, ସମକାଳୀନୟ ସୃଷ୍ଟିରେ ରୂପାନ୍ତରିତ କରିଥିଲା ।


ଏହି ଉତ୍ସବ ପାଳନ ସହିତ ଯୋଗ କରିବାକୁ ଯାଇ ମାଷ୍ଟରସେଫ୍‌ ସିଜନ ୬ ବିଜେତା ଅଭିନାଶ ନାୟକ ପରିଦର୍ଶକମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ୟିପ୍ପି! ଖାଦ୍ୟ ପ୍ରଦାନ କରିଥିଲେ, ଯାହା ଉପଭୋକ୍ତାମାନଙ୍କୁ ଓଡ଼ିଶାର ପାର୍ବଣ ଖାଦ୍ୟ ପ୍ରସ୍ତୁତିରୁ ପ୍ରେରଣା ଲାଭ କରି ଏହି ସମସ୍ତ ନବୋନ୍ମେଷୀ ନୁଡଲ୍‌ ଅନୁସୃଜନଗୁଡିକ ଆବିଷ୍କାର କରିବାର ଏକ ସୁଯୋଗ ପ୍ରଦାନ କରିଥିଲା ।
ଅଲି ହାରିସ୍‌ ଶେରେ, ବିୟୁ ଚିଫ୍‌ ଏକ୍‌ଜିକୁ୍ୟଟିଭ, ସ୍ନାକ ଫୁଡସ୍‌ ଆଣ୍ଡ ବେଭରେଜେସ୍‌, ଫୁଡସ୍‌ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, “ଓଡ଼ିଶାର ‘ବାର ମାସ, ତେର ପର୍ବ’ ଦର୍ଶନ ପାର୍ବଣ, ପରମ୍ପରା ଏବଂ ଖାଦ୍ୟ ଆଦି ଜରିଆରେ ଏକତ୍ରିତ ହେବାର ଆନନ୍ଦକୁ ପାଳନ କରୁଛି । ଓଡ଼ିଶାର ସର୍ବାଧିକ ପ୍ରିୟ କିଛି ପାର୍ବଣ ଖାଦ୍ୟ ପ୍ରସ୍ତୁତିକୁ ୟିପ୍ପି! ନୁଡଲସ୍‌ ସହିତ ପୁନଃ ପରିକଳ୍ପିତ କରି ଆମେ ଏକ ଅନନ୍ୟ ବ୍ୟଞ୍ଜନଗତ ଅନୁଭୂତି ସୃଷ୍ଟି କରିଥିଲୁ ଯାହା ସ୍ଥାନୀୟ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଉପଭୋକ୍ତାମାନଙ୍କୁ ସେମାନଙ୍କର ପ୍ରିୟ ନୁଡଲସ୍‌କୁ ଉପଭୋଗ କରିବା ନିମନ୍ତେ ଆକର୍ଷଣୀୟ ନୂତନ ଉପାୟ ଆବିଷ୍କାର କରିବାକୁ ପ୍ରେରଣା ଦେଇଥିଲା ।”

ପରିଦର୍ଶକମାନେ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ପଟ୍ଟଚିତ୍ର- ଅନୁପ୍ରେରିତ ଅନୁଭୂତି ଜୋନ୍‌ ବୁଲି ଦେଖିଥିଲେ ଏବଂ ଆନ୍ତଃକ୍ରିୟାଶୀଳ ସ୍ଥାପନାଗୁଡିକ ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଏବଂ ପାର୍ବଣର କାହାଣୀଗୁଡିକ ସହିତ ନିୟୋଜିତ ହୋଇଥିଲେ । ଏହି ଉତ୍ସବ ପାଳନରୁ ସେମାନେ ଘରକୁ ବ୍ୟକ୍ତିଗତ ପଟ୍ଟଚିତ୍ର- ଶୈଳୀର ଛବି ଏବଂ ତାହା ସହିତ ସ୍ୱତନ୍ତ୍ର ୟିପ୍ପି! କ୍ୟାଲେଣ୍ଡର ଓ ଟୋଟେ ବ୍ୟାଗ ସାଙ୍ଗରେ ନେଇଥିଲେ, ଯାହା ରଥ ଯାତ୍ରାର ଊଦ୍ଧ୍ୱର୍ରେ ସେମାନଙ୍କ ଅନୁଭୂତିର ସ୍ମ୍ମୃତିକୁ ପରିବ୍ୟାପ୍ତ କରିଥିଲା ।

Leave A Reply

Your email address will not be published.