ଜୟପୁର ରଥଯାତ୍ରାରେ ପାଣିଗ୍ରାହୀ ପରିବାରଙ୍କର ମିନି ରଥ ସାମିଲ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରାପୁଟ ଜିଲ୍ଲା ଜୟପୁର ରଥଯାତ୍ରାରେ ସାମନ୍ତରାସାହିର ପାଣିଗ୍ରାହୀ ପରିବାର ନିଜର ତିନୋଟି ଛୋଟ ରଥ ସାମିଲ କରିଛନ୍ତି। ଗତ ୧୫ ଦିନ ଧରି ଦୁଇଭାଇ ଉମେଶ କୁମାର ପାଣିଗ୍ରାହୀଙ୍କ ପୁଅ ସୁନୀଲ କୁମାର ପାଣିଗ୍ରାହୀ ଏବଂ ରାଜେଶ କୁମାର ପାଣିଗ୍ରାହୀଙ୍କ ପୁଅ ଆଶୁତୋଷ ପାଣିଗ୍ରାହୀ ଏହି ରଥ ନିର୍ମାଣ କରିଛନ୍ତି।
ଦୀର୍ଘ କିଛି ବର୍ଷ ଧରି ସେମାନଙ୍କ ରଥ ଜୟପୁରର ମୁଖ୍ୟ ରଥ ସହ ସାମିଲ ହୋଇଥାଏ। ସେମାନଙ୍କୁ ଉମେଶ ପାଣିଗ୍ରାହିଙ୍କ ଦୁଇ ଛୋଟ ଜାଆଁଳା ପୁଅ ଅଂକିତ ଓ ଅନନ୍ତ ସହଯୋଗ କରିଛନ୍ତି। ରଥ ନିର୍ମାଣ ପାଇଁ ଆନୁସଂଗିକ ଉପକରଣ ଦୁଇଭାଇ ଉମେଶ ଓ ରାଜେଶ ଯୋଗାଇ ଦେଇଛନ୍ତି। ସେମାନଙ୍କ ଏହି ବିରଳ ପ୍ରତିଭା ଭକ୍ତ ମାନଙ୍କୁ ବିସ୍ମିତ କରିଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସେମାନଙ୍କ ଏହି ବିରଳ ଉଦ୍ୟମକୁ ଭୂୟଂସୀ ପ୍ରଶଂସା କରିଛନ୍ତି। ଏହି ପାଣିଗ୍ରାହୀ ପରିବାର ନିଜର ଚିତ୍ର କଳା ପ୍ରତି ଆଗ୍ରହ ରଖିଛନ୍ତି। ବିଭିନ୍ନ ଚିତ୍ରକଳା ପ୍ରଦର୍ଶନ କରି ବହୁବାର ପ୍ରଶଂସିତ ହୋଇଛନ୍ତି।

Leave A Reply

Your email address will not be published.