ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ‘ ମାଟି ଦିନେ ଶିଙ୍ଗ ଶିଳ୍ପରେ ବିଶ୍ୱ ଗବାକ୍ଷେ ଏକ ବିଶେଷ ପରିଚୟ ସୃଷ୍ଟି କରିଥିଲା ଏବଂ ଜାତୀୟ/ରାଜ୍ୟ କ୍ଷେତ୍ରରେ ଚିତ୍ରକଳା , ଭାସ୍କର୍ଯ୍ୟ , ସାହିତ୍ୟ ସାଧନା , ପାଇକ ଆଖଡ଼ା , ସ୍ୱାଧୀନତାର ଆଦ୍ୟ ନାଦ ପ୍ରଭୃତିରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲା। ଆଉ ଏବେ .. ଏମାଟିର ସେଞ୍ଚୁରିଅନ ପବ୍ଳିକ୍ ସ୍କୁଲର ତୃତୀୟ ବର୍ଷ ଛାତ୍ରୀ ତନିଶା ବେବର୍ତ୍ତା (ତିତିଲି ) ନିଜର ସାଧନା ବଳରେ ଓ ତା’ମାଆ (ରୁବି)ର ପ୍ରଗାଢ ଚ଼େଷ୍ଟା ଏବଂ ଉତ୍ସାହିତ ଯୋଗୁଁ, ଗୁରୁମାଙ୍କ ଗୁରୁ ମାନ୍ୟାଷ୍ପଦ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା , ଭୁବନେଶ୍ୱର ତଥା ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପାରଳାଖେମୁଣ୍ଡିର ନୃତ୍ୟ ଶିକ୍ଷିକା ଶ୍ରୀମତୀ ଡି.ପ୍ରିୟଙ୍କା , ବିଦ୍ୟାଳୟଗୁରୁ ଓ ଗୁରୁମା , ତାର ସାଙ୍ଗ ସାଥିଙ୍କ ଶ୍ରଦ୍ଧା , ପ୍ରେରଣା , ଭଲପାଇବା ଉଲ୍ଲେଖନୀୟ । ତେଣୁ ସେ ଆଜି ଆମ ସମାଜରେ ନୂଆ ଅଧ୍ୟାୟ ସୃଷ୍ଟି କରି ୧୮.୦୭.୨୬ ଠାରୁ ୨୮.୦୭.୨୬ ସୁଦୂର ଜାପାନ୍ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାପାଇଁ ଯାଇଛନ୍ତି।