ଭୁଷୁକୁଡି ମାଟିର ଝିଅ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୧୬ତମ ରେଙ୍କ ରଖି ଉତ୍ତିର୍ଣ୍ଣ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଭୁଷୁକୁଡି ଗ୍ରାମର ଡି.ବୈଷ୍ଣବୀ ସଦ୍ୟତମ ସର୍ବଭାରତୀୟ ନିଟ୍-୨୦୨୬ ପରୀକ୍ଷାରେ ୧୬ତମ ରେଙ୍କ ରଖି ଉତ୍ତିର୍ଣ୍ଣ ହୋଇଥିବାର ଜଣାପଡିଛି।
ବୈଷ୍ଣବୀଙ୍କ ଏପରି କୃତୀତ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଥିବାର ଆଲୋଚନା ହେଉଛି। ପ୍ରକାଶ ଯେ ଡି. ବୈଷ୍ଣବୀ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ ଥିବା ବେଳେ ସେ ଆନ୍ଧ୍ରର ପୁରୁଣାପାଟଣା ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ୨୦୨୪ ମସିହାରେ ବିଦ୍ୟାଳୟର ସର୍ବଉତ୍କୃଷ୍ଟ ଛାତ୍ରୀ ଭାବେ ଦଶମ ସ୍ଥାନ ରଖି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ଆନ୍ଧ୍ରରର ଏକ ଘରୋଇ କଲେଜରେ ନାମଲେଖାଇ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ସେ ନିଜ ଗ୍ରାମ ତଥା ପରିବାର ମଧ୍ୟରେ ରହିଆସୁଛନ୍ତି । ତାଙ୍କ ପିତା ଦୁସି ସୋମେଶ୍ବର ରାଓ ଯିଏକି ପ୍ରାକ୍ତନ ସେନାକର୍ମଚାରୀ ହୋଇଥିବା ବେଳେ ତାଙ୍କ ମା ଦୋଲା ମହିନୀ ଯିଏକି ଜଣେ ଗୃହୀଣି ବୋଲି ଜଣାପଡିଛି । ତେବେ ଏପରି ସଫଳତାର ଶ୍ରେୟ ସେ ନିଜ ପିତାମାତା ଓ ଗୁରୁଜନଙ୍କୁ ଦେଇଥିବା ବେଳେ ନିଜ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ଆଶିର୍ବାଦ ସର୍ବଦା ରହିଥାଉ ବୋଲି କହିଛନ୍ତି ।

Leave A Reply

Your email address will not be published.