କଣ୍ଠଶିଳ୍ପୀଙ୍କ ଓ ସଫଳ ବ୍ଯକ୍ତିବିଶେଷ ହେବେ ସମ୍ବର୍ଦ୍ଧିତ
ପୁରୀ,୧୯/୭- ସ୍ମୃତିର ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ ଓ ରାଷ୍ଟ୍ରୀୟ ପର୍ଶୁରାମ ପରିଷଦ ନୂଆଦିଲ୍ଲୀ ମିଳିତ ଆନୁକୂଲ୍ୟରେ ଜୁଲାଇ ୨୧ତାରିଖ ମଙ୍ଗଳବାର ଓ ୨୨ ତାରିଖ ବୁଧବାର ସଂଧ୍ୟା ୬ଘଣ୍ଟାରୁ ୧୭ତମ ଜାତୀୟ ସ୍ତରୀୟ ରଥଯାତ୍ରା ଭଜନ ସମାରୋହ ଓ ଭଜନ ସମ୍ମାନ ୨୦୨୬ ମହାସମାରୋହରେ ଅନୁଷ୍ଠିତ ହେବ । ଶନିବାର ବଳଗଣ୍ଡି ଭକ୍ତ ସାଲବେଗ ପୀଠ ଠାରେ ଅନୁଷ୍ଠାନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ବାରିକ, ସମ୍ପାଦକ ରଜନୀକାନ୍ତ ମିଶ୍ର , କାର୍ଯ୍ୟକାରୀ ସଭାପତି ଡ ପ୍ରଧାନ ଧୀରେନ୍ ରାୟ, ବିଶିଷ୍ଟ ସମାଜସେବୀ ସୁମିତ୍ରା ପଣ୍ଡା, ଚକ୍ରଧର ମହାପାତ୍ର, ହରିହର ପାଢୀ, ବିଶ୍ୱନାଥ ଜେନା, ସନ୍ଦୀପ କୁମାର ଦାଶ, ଯୁଗଳ ଚନ୍ଦ୍ର ସିହ୍ନା , ଅଭିମନ୍ୟୁ ଜେନା ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ରଥଦାଣ୍ଡ ମେଡିକାଲ ଛକ ସ୍ଥିତ ଗ୍ରାଣ୍ଡ ଆଲିସାନ ସମ୍ମୁଖରେ ଅଗଣିତ ଭକ୍ତଙ୍କ ସମ୍ମୁଖରେ ଓଡ଼ିଶା ଭିତର ଓ ବାହାରୁ ସୁନାମଧନ୍ଯ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିବେ । ଏହି ମଞ୍ଚରେ କଳା ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ସ୍ମୃତିର ଓଡ଼ିଶା ଅନୁଷ୍ଠାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଉଦ୍ୟମ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବଭକ୍ତି ଓ ଭଜନ ଶ୍ରବଣ କରାଇ ଧାର୍ମିକ ଭାବନା ଜାଗ୍ରତ କରିବ । ମହାପ୍ରଭୁ ଆଡପ ମଣ୍ଡପରେ ବିଜେ କରିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ, ସଂସ୍କୃତିପ୍ରେମୀ, ଭଜନପ୍ରେମୀ ସମେତ ଜଗନ୍ନାଥପ୍ରେମୀ ଶ୍ରୋତା ମାନେ କଣ୍ଠଶିଳ୍ପୀଙ୍କ ଭଜନରେ ଭାବବିହ୍ବଳ ହୋଇ ଝୁମିବେ । ଲକ୍ଷାଧିକ ଭକ୍ତ ଏହି ଭଜନ ସମାରୋହରେ ଉପସ୍ଥିତ ରହି କଣ୍ଠଶିଳ୍ପୀଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣି ଭାବଭକ୍ତିରେ ରସାମୃତ ପାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।