ବୃତ୍ତି ଓ ଯୋଗ୍ୟତା ଆଧାରିତ ଉଚ୍ଚଶିକ୍ଷା ପାଇଁ ପରାମର୍ଶ ଶିବିର

0

ଓଡ଼ଗାଁ, ୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିପଲ୍ଲୀ କଳାକାହ୍ନୁ ଉଚ୍ଚ ବିଦ୍ୟାଳୟରେ ସି ଥ୍ରି ଇଣ୍ଡିଆ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି, ଯୋଗ୍ୟତା ଓ ଉଚ୍ଚଶିକ୍ଷା ସମ୍ପର୍କିତ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଯୋଜକ ପ୍ରଭୁଶଙ୍କର ବାଘେଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରି ଏକାଗ୍ରତାର ସହ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ନିରନ୍ତର ପ୍ରୟାସ ଦ୍ୱାରା ସମସ୍ତ ସ୍ୱପ୍ନ ଓ ଇଚ୍ଛା ପୂରଣ ସମ୍ଭବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବାଲ୍ୟ ବିବାହ ନ କରିବା ଏବଂ କାହାକୁ ବାଲ୍ୟ ବିବାହ କରାଇବାକୁ ସହଯୋଗ ନ କରିବା ପାଇଁ ସଙ୍କଳ୍ପ ନେଇଥିଲେ। ସେହିପରି ବିଭିନ୍ନ ସହପାଠ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ପରାମର୍ଶ ଦିଆଯାଇଥିଲା।
ଶିକ୍ଷକ ସତ୍ୟବ୍ରତ ସାହୁ, ମୀନକେତନ ସାହୁଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.