ଶ୍ରୀକ୍ଷେତ୍ରରେ ପୁଣି ଦଳାଚକଟା: ୨ ମୃତ, ଅନେକ ଆହତ; ମାର୍ଚ୍ଚିକୋଟ ଛକରେ ଅଘଟଣ

0

ପୁରୀ, ୧୬/୭: ଶ୍ରୀକ୍ଷେତ୍ର ପୁରୀରେ ପୁଣି ଥରେ ଦଳାଚକଟା ଭଳି ଅଭାବନୀୟ ଘଟଣା ଘଟିଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏହି ଘଟଣା ପୁରୀର ମାର୍ଚ୍ଚିକୋଟ ଛକ ନିକଟରେ ଘଟିଥିବା ସୂଚନା ମିଳିଛି।
ଦଳାଚକଟାର ପ୍ରକୃତ କାରଣ ସରକାରୀ ଭାବେ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅତ୍ୟଧିକ ଭିଡ଼ ଏବଂ ଜନସମାଗମ ନିୟନ୍ତ୍ରଣରେ ଅବ୍ୟବସ୍ଥା ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ଘଟଣା ପରେ ପ୍ରଶାସନ, ପୁଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.