ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ସହ ପିଲାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଶିଶୁ ବିକାଶ କାର୍ଯ୍ୟକ୍ରମ ସ୍ଥାନୀୟ ଆର୍ବନ ହଷ୍ଟେଲ ଠାରେ ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।
ପିଲାମାନଙ୍କୁ ଶ୍ରୀଜୀଉମାନଙ୍କ ଗୁପ୍ତ ନୀତି ଓ ଉପଚାର ବିଷୟରେ ଅବଗତ କରାଯାଇଥିଲା। ମହାପ୍ରଭୁ ଅସୁସ୍ଥ ହେବା ପରେ କିଭଳି ଜଡ଼ିବୁଟି, ପଥ୍ୟ ଏବଂ ସମ୍ପୂର୍ଣ୍ଣ ବିଶ୍ରାମ ମାଧ୍ୟମରେ ସୁସ୍ଥ ହୁଅନ୍ତି, ତାହାକୁ ଆଧାର କରି ପିଲାମାନଙ୍କୁ ସ୍ୱାସ୍ଥ୍ୟ ରକ୍ଷାର ଗୁରୁତ୍ୱ ବୁଝାଯାଇଥିଲା।
ଏହାସହ ଜୀବନରେ ସ୍ୱଚ୍ଛତାର ଆବଶ୍ୟକତା ଏବଂ ଆଧ୍ୟାତ୍ମିକତା ସହ ଏହାର ନିବିଡ଼ ସମ୍ପର୍କ ଉପରେ ଶିଶୁମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଲାମାନେ ଉତ୍ସାହର ସହ ଭାଗ ନେଇ ଜଗନ୍ନାଥ ସଂସ୍କୃତିର ମୂଲ୍ୟବୋଧ ଏବଂ ନିଜକୁ ସୁସ୍ଥ ରଖିବାର ସଂକଳ୍ପ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.