ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟଠାରେ ସ୍ୱର୍ଗତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକତ ହୃଷିକେଷ ଗୌଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ଯ ଅତିଥି , ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ଯ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ଯବକ୍ତା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ବକ୍ତାମାନେ ଗୋପବନ୍ଧୁଙ୍କ ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଅବଗତ କରିଥିଲେ। ନିଜର ପରିବାରକୁ ବୃକ୍ଷେପ ନକରି ଓଡିଶା ବାସୀଙ୍କ ସେବାରେ ନିୟୋଜିତ କରିଥିଲେ। ଆଜିର ଦୈନିକ ପ୍ରକାଶିତ “ସମାଜ” ର ମୂଳ ପ୍ରତିଷ୍ଠାତା ହେବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ଶେଷରେ ଗୋଷାଣୀ ବ୍ଲକର ସମାଜ ପ୍ରତିନିଧି ରମାକାନ୍ତ ପାତ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.