ଗଜପତିର ସମାଜସେବୀ ମମତା ପାଢୀ ରାଜ୍ଯସ୍ତରରେ ସମ୍ମାନିତ ହେଲେ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ୱାଦପତ୍ର “ତୀକ୍ଷ୍ଣ ଦୃଷ୍ଟି” ଦ୍ୱାରା ଆୟୋଜିତ ଭବ୍ୟ ସମାରୋହରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ମହିଳା ସମାଜସେବୀ ମମତା ପାଢୀ ଭୂବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନଠାରେ ସମ୍ମାନିତ ହୋଇଛନ୍ତି। ନିଜର ଦାୟୀତ୍ୱ ସହ ବହୁମୂଖୀ ପ୍ରତିଭାଧାରୀ ମମତା ଏକାଧାରରେ ସୁଗାୟିକା ତଥା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।ନିକଟରେ ବନ ବିଭାଗ ତରଫରୁ ଜାତୀୟ ପରିବେଶ ଦିବସ ଦିନ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ପୌର କର୍ପୋରେସନର ମେୟର ସୁଲୋଚନା ଦାସ , ରାଜନେତା ଅରବିନ୍ଦ ଢାଲି , ଇଂ ଜାମିନୀ କାନ୍ତ ଦାସ ଉପସ୍ଥିତ ରହି ତାଙ୍କୁ ସମ୍ମାନିତ କରିଥିଲେ।

Leave A Reply

Your email address will not be published.