ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଉଛି। ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଆର୍ଥିକ ଉନ୍ନତି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଦକ୍ଷତା ବୃଦ୍ଧିମୂଳକ କାର୍ଯ୍ୟକ୍ରମ ଉପରେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି।ଏହି କ୍ରମରେ ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଗୁପ୍ତ ମାଢ଼ି
ଏବଂ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାର୍କାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ାଭଟା ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଗୁରୁପ୍ରିୟା ଟେଲରିଂ ପ୍ରୋଡ୍ୟୁସର ଗ୍ରୁପର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନଙ୍କ ସହ ସେମାନଙ୍କ ଜୀବିକା ଓ ଦକ୍ଷତା ବିଷୟରେ ଆଲୋଚନା କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହିଳାମାନଙ୍କୁ ବ୍ୟବସାୟିକ ସ୍ତରରେ ସଫଳ କରିବା ପାଇଁ ଖୁବ୍ ଶୀଘ୍ର ଏକ ଉଚ୍ଚତର ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଜିଲ୍ଲାପାଳଙ୍କ ସୂଚାରୁ ନେତୃତ୍ୱରେ ପରିଚାଳିତ ଏହି ଅଭିଯାନ ଜିଲ୍ଲାର ପ୍ରାନ୍ତୀୟ ଅଞ୍ଚଳରେ ମହିଳା ସଶକ୍ତିକରଣ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.