ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି କେନାଲ କଲୋନିର ପଦ୍ମାବତୀ ଜେନାଙ୍କ ଘରୁ ଚାଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ମାଲକାନଗିରି ଥାନାରେ ଏତଲା ହୋଇଥିଲା। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲିସାଗର ଅଞ୍ଚଳର ରବି ଭତ୍ରାକୁ ଗିରଫ କରିଛନ୍ତି। ପୁଲିସ ଏହାର କିଛିଦିନ ପୂର୍ବରୁ ଜେଲରୁ ମୁକୁଳିଥିବା ଅଜୟ ବିଷୋୟୀକୁ ଧରି ପଚରାଉଚରା କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ବ୍ଲକ କଲୋନିରେ ହୋଇଥିବା ଚୋରି ଘଟଣାରେ ଅଜୟ ବିଷୋୟୀ ନିଜେ ସଂପୃକ୍ତ ଥିବା ପୁଲିସ ନିକଟରେ ସ୍ବୀକାର କରିଥିଲା । ଅଜୟ ସମସ୍ତ ସୁନା ଓ ଟଙ୍କା ଚୋରି କରି ଗୋଟିଏ ଜାଗାରେ ମାଟି ତଳେ ପୋତି ଦେଇଥିଲା । ପରବର୍ତ୍ତୀ ସମୟରେ ସେ ଚୋରି ସୁନା ସବୁ ରବି ଭତ୍ରାକୁ ଦେଇ ବିକ୍ରି କରିଥିଲା । ଖବର ପାଇ ପୁଲିସ ଚଢ଼ଉ କରି ରବିକୁ ଗିରଫ କରିବା ପରେ ଗତକାଲି କୋର୍ଟ ଚାଲାଣ କରିଛି। ରବି ନାଁରେ ଏଥି ପୂର୍ବରୁ ୬’ଟି ମାମଲା ରହିଥିବା ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.