ମହେନ୍ଦ୍ରଗିରି ହାଇସ୍କୁଲରେ ୩ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟଠାରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ୨ ପୌରପରିଷଦର କାଉନସିଲର ବାଳକୃଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା , ପୂର୍ବତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ପ୍ରସାଦ ଦାଶ , ବିଦ୍ୟାଳୟର ପୂର୍ବତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା , ଭାଗବତ ପାଢୀ , ନିମାଇଁ ଚରଣ ପାତ୍ର , ସିଆରସିଙ୍କ ସହ ସମ୍ୱର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟତ୍ରୀ ରାମଶଙ୍କର ଗନ୍ତାୟତ , ସିଦ୍ଧେଶ୍ୱରୀ ପଣ୍ଡା ଓ କବିତା ରାଉତ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ତଥା ମଞ୍ଚାସୀନ ଅତିଥି ମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତା ଓ ସହଯୋଗ ତଥା ଛାତ୍ରବସ୍ଛଳତା ଉପରେ ନିଜର ମନ୍ତବ୍ୟ ରଖିଥିଲେ। ସେମାନଙ୍କର ନିରାମୟ ଜୀବନ ସହ ଆହୁରି ପ୍ରଗତି , ସୁନାମ ଓ ସମ୍ମାନ ଆଣିବାକୁ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଏହିକି ଶିକ୍ଷକ ରାମଶଙ୍କର ଗନ୍ତାୟତ ଓ ଶିକ୍ଷୟତ୍ରୀ ସିଦ୍ଧେଶ୍ୱରୀ ପଣ୍ଡା ଅବସର ନେଇଥିବା ବେଳେ ମୁଖ୍ଯମନ୍ତ୍ରୀ ସମ୍ମାନିତା ଶିକ୍ଷୟତ୍ରୀ କବିତା ରାଉତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ପଦୋନ୍ନତି ପାଇଛନ୍ତି।
ନିଜର ପ୍ରତ୍ୟୁତରରେ ସମ୍ୱର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ପ୍ରତି ନିଜର ଆନୁଗତ୍ଯ ତଥା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀ ମାନଙ୍କ ସହ ନିବିଡ ସମ୍ପର୍କ ସ୍ମୁତି ହୋଇ ରହିବ ନିଜର ମନ୍ତବ୍ୟରେ ପ୍ରକାଶ କରିଥିଲେ। କେତେ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ଓ ଆବେଗ ହୋଇଥିବା ଅନୁଭବ କରାଯାଇଥିଲା।

Leave A Reply

Your email address will not be published.