ରତିକାନ୍ତ ପ୍ରଧାନ ଭଦ୍ରକ ଜିଲ୍ଲା ଯୁବ ବିଜେଡି ଉପ ସଭାପତି

0

 ଘୋଷଣା କଲେ ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ପଣ୍ତା

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ଙ୍କୁ ଭଦ୍ରକ ଜିଲ୍ଲା ଯୁବ ବିଜେଡି ପକ୍ଷ ରୁ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଭାବରେ ଘୋଷଣା କରାଯାଇଛି। ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାକେଶ ପଣ୍ତା ଙ୍କ ଘୋଷଣା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ସୂଚନା ଥାଉ କି ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧ୍ୟକ୍ଷ ଭାବରେ ସମାଜ ସେବା କ୍ଷେତ୍ରରେ ଅନେକ ଦିନ ଧରି ଜଡ଼ିତ ରହି ଆସିଛନ୍ତି। ଏହି ଘୋଷଣା ପରେ
ରତିକାନ୍ତ ପ୍ରଧାନ
। କହିଛନ୍ତି ଯେ ମୋ ଉପରେ ଅତୁଟ ଭରସା, ଅଦୃଶ୍ୟ ବିଶ୍ୱାସ ରଖି ମୋତେ ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପ ସଭାପତି ଭାବେ ନୂତନ ଦାୟିତ୍ୱ ଏବଂ ପଦବୀ ପାଇଁ ସୁପାରିଶ କରାଇ ଥିବା ମୋର ବଡ଼ ଭାଇ ବାସୁଦେବପୁରର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ (ଜିତୁ ଭାଇ )| ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ବଡ଼ ଭାଇ ଶ୍ରୀଯୁକ୍ତ ବ୍ୟମକେଶ ରାୟ ଏବଂ ବିଜୁ ଜନତା ଦଳର ସୁପ୍ରିମ ମୋର ପୂଜ୍ୟସ୍ପଦ ଗୁରୁଜନ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ | ଓ ଭଦ୍ରକ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସଭାପତି ବଡଭାଇ ଶ୍ରୀଯୁକ୍ତ ରାକେଶ ପଣ୍ଡା | ଏବଂ ମୋତେ ଭଲ ପାଉଥିବା ମୋର ସାନ ବଡ଼ ଯୁବକ ଭାଇ, ଗୁରୁଜନ ମାନଙ୍କୁ ମୁଁ ମୋର ହୃଦୟରୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ମୋତେ ଭରସା କରି ଯେଉଁ ଏତେ ବଡ଼ ଗୁରୁଦାୟିତ୍ୱ ଦେଇଛନ୍ତି ସେ ଦାଇତ୍ୱକୁ ମୁଁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା ଜାରୀ ରଖିବି।

Leave A Reply

Your email address will not be published.