ବିଶ୍ୱ ଜନ ସଂଖ୍ୟା ଦିବସରେ ରାଜ୍ୟରୁ କେନ୍ଦ୍ରାପଡା ଜିଲ୍ଲା ସମ୍ବର୍ଦ୍ଧିତ ।

0

କେନ୍ଦ୍ରାପଡା:୧୧.୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଦ୍ଵାରା ଆୟୋଜିତ ” ବିଶ୍ୱ ଜନ ସଂଖ୍ୟା ଦିବସ- ୨୦୨୬” ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ଆୟୋଜିତ ହୋଇଥିଲା l ଏହି ଦିବସରେ ରାଜ୍ୟ ସ୍ତରରେ କେନ୍ଦ୍ରାପଡା ଜିଲ୍ଲା ପରିବାର ନିୟୋଜନ କାର୍ଯକ୍ରମରେ ତୃତୀୟ ସ୍ଥାନରେ ଥିବାରୁ ଜିଲ୍ଲା କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ସମ୍ବର୍ଦ୍ଧନା ରାଜ୍ୟ ସରକାରଙ୍କ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ ତତ୍ତ୍ଵାବଧାନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ନିର୍ଦ୍ଦେଶିକା ଡ଼. ବୃନ୍ଦା ଡି ଏବଂ ନିର୍ଦ୍ଦେଶକ ପରିବାର କଲ୍ୟାଣ ବିଭାଗ ଡ଼ ସନ୍ତୋଷ କୁମାର ପାଢ଼ୀଙ୍କ ଠାରୁ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ନୋଡାଲ ଅଫିସର ପରିବାର କଲ୍ୟାଣ -ଡ଼. ସଚ୍ଚିଦାନନ୍ଦ ମିଶ୍ର, ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ –
ଡ଼. ସୁକାନ୍ତ କୁମାର ପ୍ରଧାନ ଓ ଜିଲ୍ଲା ଭେକ୍ସିନ୍ ଲଜିଷ୍ଟିକ ମ୍ୟାନେଜର ଅବିନାଶ ଦାସ ଗ୍ରହଣ କରିଛନ୍ତି l ଉକ୍ତ ଉତ୍ସବରେ ନିର୍ଦ୍ଦେଶକ ପରିବାର କଲ୍ୟାଣ, ନିର୍ଦ୍ଦେଶକ- ଡ଼ ସନ୍ତୋଷ କୁମାର ପାଢ଼ୀ ଙ୍କ ସମେତ ନିର୍ଦ୍ଦେଶକ, ନର୍ସିଂ ଙ୍କ ଏବଂ ଅତିରିକ୍ତ ନିର୍ଦ୍ଦେଶକ ମାତୃ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଡ଼ ମୁରଲୀଧର ପାଢ଼ୀ, ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସ୍ଥା ଏବଂ ରାଜ୍ୟ ର ସମସ୍ତ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ ସିନିୟର୍ କନସଲଟାଣ୍ଟ , ସମସ୍ତ ଡେଭଲପମେଣ୍ଟ ପାର୍ଟନର , ସମସ୍ତ ଜିଲ୍ଲା ର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୨୬ ଅନୁଯାୟୀ ଆମ ଭାରତ ବର୍ଷର ଜନ ସଂଖ୍ୟା ଚାଇନା ଠାରୁ ଅଧିକ ହୋଇସାରିଛି l କିନ୍ତୁ ପରିବାର ନିୟୋଜନ ନିମନ୍ତେ କେତୋଟି ନିର୍ଦ୍ଧାରିତ ପଦ୍ଧତି ଯଥା ଆଧୁନିକ ପଦ୍ଧତି ରେ ଓଡ଼ିଶା ସ୍ଥାନ କମ୍ ଅଛି ଏବଂ ନୂତନ ଦମ୍ପତି ଓ ଦୁଇଟି ସନ୍ତାନ ମଧ୍ୟରେ ଦୁଇ ବର୍ଷ ପାର୍ଥକ୍ୟ ଆଦି ବିଷୟରେ ଗୁରୁତ୍ୱ ସାଙ୍ଗକୁ ଆବଶ୍ୟକ ହେଉଥିବା ପରିବାର ନିୟୋଜନ ପଦ୍ଧତିରୁ କିଛି ଲୋକ ବଞ୍ଚିତ ହେଉଛନ୍ତି ସେଥିପାଇଁ ଆଶା ମାନେ ଗାଁ ସ୍ତରରେ ବୁଝାଇବା ସହିତ ସ୍ବାସ୍ଥ୍ୟ ବିଭାଗ ର ସମସ୍ତ ଡାକ୍ତର, ନର୍ସ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ , ଉଭୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏବଂ ପରିଦର୍ଶକକାରି ମାନେ ଦାୟିତ୍ୱ ନେବା ପାଇଁ କୁହା ଯାଇଥିଲା l ଗତ ବର୍ଷ ୨୦୨୫- ୨୬ ପାଇଁ ପୁରୁଷ ବନ୍ଧ୍ୟାକରଣ ସର୍ଜନ ଭାବେ ଡ଼ ସଚ୍ଚିଦାନନ୍ଦ ମିଶ୍ର ଙ୍କୁ ମଧ୍ୟ ରାଜ୍ୟ ସ୍ତରରେ
ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିପାଇଁ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟର ଡ.ମିଶ୍ର ଙ୍କ ସମେତ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ଓ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ମିଶନ ନିର୍ଦ୍ଦେଶିକ ଡ.ନମିତା ପଟ୍ଟନାୟକ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ସେ ଆଶା କରିଛନ୍ତି ଆହୁରି ଅଧିକରୁ ଅଧିକ ଭଲ କାମ କରି ଜିଲ୍ଲାର ସମ୍ମାନ ରଖିବା l ଏହି ଅବସରରେ ଉପ ଜିଲ୍ଲାପାଳ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.