ବୃକ୍ଷରୋପଣ ଓ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ

0

ଓଡ଼ଗାଁ, ୧୦।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି) ନୟାଗଡ଼ ପକ୍ଷରୁ ବୃକ୍ଷରୋପଣ ଓ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷର ଶାସନକାଳର ବିଭିନ୍ନ ସଫଳତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳର କର୍ମୀ ଓ ସମର୍ଥକମାନେ କୁରାଳ ପଞ୍ଚାୟତର ଦଣ୍ଡୋର ପାଣିଷଣ୍ଢ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ।ପରବର୍ତ୍ତୀ ସମୟରେ ଆୟୋଜିତ ସଭାରେ କର୍ମୀମାନଙ୍କୁ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦଣ୍ଡୋରର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଧିବାସ ପଣ୍ଡା, କୁରାଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ, ସୁରେନ୍ଦ୍ର ପାଣିଗ୍ରାହୀ, ସୁଦାମ ସେଠୀ ଏବଂ ଗୋଡ଼ିପଲ୍ଲୀ ଗ୍ରାମର ବୈକୁଣ୍ଠନାଥ ଦାସଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ପାଣିଗ୍ରାହୀ ଓ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.