ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବେତଗୁଡ଼ା ଅଞ୍ଚଳ ରେ ଅଲୋକିକରଣ ର ଶୁଭ ଉଦଘାଟନ କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ।
ଏହି ଅଞ୍ଚଳ ପାରଳା ସହର କୁ ଲାଗି ରହିଛି ଅନେକ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ରହିଛି। ଏହି ଅଞ୍ଚଳ ରେ ହଜାର ହଜାର ଲୋକ ବସବାସ କରନ୍ତି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ରହୁଥିଲା। ସ୍ଥାନୀୟ ଲୋକେ କିଛିଦିନ ହେବ ବିଧାୟକ ଙ୍କୁ ଅବଗତ କରିଥିଲେ। ଆଜି ଏହି ଅଞ୍ଚଳ ରେ ଆଲୋକିକରଣ ବ୍ୟବସ୍ଥା ହୋଇଥିବାରୁ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ବିଧାୟକ ସମେତ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , କାର୍ଯ୍ୟନିର୍ବାହୀ ଅଧିକାରୀ , ପୌର ପରିଷଦ ପାରଳାଖେମୁଣ୍ଡି ଲକ୍ଷ୍ମଣ କୁମାର ମୁର୍ମୁ , ସମସ୍ତ ଯନ୍ତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.