ବସ୍ତା ୮/୭: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରଭେରା ଗାଡି ୧୨ ଜଣ ଗୁରୁତର ଥିବା ବେଳେ ସମସ୍ତଙ୍କୁ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ ଆଜି ଭୋଟ ୪.୧୫ ଘଟିକା ସମୟରେ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ଡପୁରଛକ ନିକଟରେ,ପୁରୀରୁ ଭୋଗରାଇ ର ନିମାତପୁର ଅଭିମୁଖେ ଆସୁଥିବା ଓଡି ୦୧ ଜେଡ ୬୮୦୪ ନମ୍ବର ଟ୍ରଭେରା ଗାଡି ଛିଡା ହୋଇଥିବା ଟ୍ରକ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳ ରେ ବସ୍ତା ପୋଲିସ, ଅଗ୍ନିଶମ ବାହିନୀ, ରାଜପଥ କର୍ମଚାରୀ ପହଂଚି ଗାଡି ରେ ଥିବା ୧୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।ସମସ୍ତ ଯାତ୍ରୀଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତର କରା ଯାଇ ଥିବା ଜଣାପଡ଼ିଛି। ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଯାତ୍ରୀ ମାନେ ପ୍ରକାଶ କରି ଛନ୍ତି।ଘଟଣା ସ୍ଥଳରୁ ଟ୍ରକ ଫେରାର ହୋଇଯାଇଥିବା ବେଳେ ଟ୍ରଭେରାକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି।ଗୁରୁତର ମାନେ ଭୋଗରାଇ ଥାନା ନିମାତପୁର ଗ୍ରାମର ବିଜୟ ବାରିକ, କମଳା ରଣା,ଆହ୍ଲାସ ରଣା,ବିଜୟ ରଣା,ସଞ୍ଜୟ କମିଳା,ଶ୍ରୀକୃଷ୍ଣ ରଣା,ଶୁକମଣି ରଣା,ଜ୍ୟୋତିସ୍ମିତା ରଣା,ପ୍ରଫୁଲ୍ଲ ରଣା,କୈଳାସ ସୋନାରାମ, ରଞ୍ଜନ ରଣା ହୋଇଥିବା ବେଳେ ଗାଡି ଡ୍ରାଇଭର ପଶ୍ଚିମବଙ୍ଗର ସାବିତରାପୁର ଅଞ୍ଚଳର ଖକନ ପାତ୍ର ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post