୭୭ତମ ବନମହୋତ୍ସବ ଅବସରରେ ଓଡ଼ଗାଁରେ ବ୍ୟାପକ ବୃକ୍ଷରୋପଣ

0

 ବନ ବିଭାଗ ଓ ତାଲୁକ ଆଇନଗତ ସେବା କମିଟିର ମିଳିତ ପଦକ୍ଷେପ

ଓଡ଼ଗାଁ, ୬।୭(ଶ୍ରୀକାନ୍ତ କୁମାର ମିଶ୍ର): ୭୭ତମ ବନମହୋତ୍ସବ ଓ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ ସୋମବାର ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ବନ ବିଭାଗ ଓ ତାଲୁକ ଆଇନଗତ ସେବା କମିଟି ପକ୍ଷରୁ ପୃଥକ୍ ପୃଥକ୍ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ନୟାଗଡ଼ ବନଖଣ୍ଡ ଅଧୀନ ଓଡ଼ଗାଁ ବନାଞ୍ଚଳର ଓଡ଼ଗାଁ ସେକ୍ସନ ଅନ୍ତର୍ଗତ କୁମ୍ଭିଆପଲ୍ଲୀର ୩.୨୭ ହେକ୍ଟର ରାଜସ୍ୱ ସମତଳ ଜମିରେ ସହରାଞ୍ଚଳ ବୃକ୍ଷରୋପଣ ଯୋଜନା ଅଧୀନରେ ମୋଟ ୩ ହଜାର ଚାରା ରୋପଣର ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭ ଶହ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ପୂଜକଙ୍କ ଦ୍ୱାରା ଧରିତ୍ରୀ ପୂଜନ ଓ ବୃକ୍ଷଦେବତାଙ୍କ ପୂଜା କରାଯିବା ପରେ ସାମୂହିକ ବୃକ୍ଷରୋପଣ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ବିରଜାଲକ୍ଷ୍ମୀ ସାହୁ, ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଆଇଆଇସି ସତ୍ୟନାରାୟଣ ବାରିକ, ପ୍ରକୃତି ବନ୍ଧୁ ପ୍ରଫୁଲ୍ଲ ମାଝୀ, ଭାବଗ୍ରାହୀ ମହାପାତ୍ର ଏବଂ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ଯୋଗଦେଇ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ପରିଚାଳନାରେ ବନପାଳ ସରିତା ବରାଳ, ବନରକ୍ଷୀ ଓ ସ୍କ୍ୱାର୍ଡ ଦଳ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ସେହିପରି ଅପରାହ୍ନରେ ଓଡ଼ଗାଁ ଅଦାଲତର ତାଲୁକ ଆଇନଗତ ସେବା କମିଟି ଆନୁକୂଲ୍ୟରେ ସ୍ଥାନୀୟ ପିଏମଶ୍ରୀ ସରକାରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନଗତ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା, ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ରାଜେନ୍ଦ୍ର ପ୍ରସାଦ ଦାସ, ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରୀ ଏସ୍‌.ଆର୍‌. ତୋଷାଲୀ, ବରିଷ୍ଠ ଓକିଲ ଗୋବିନ୍ଦ ଚନ୍ଦ୍ର ସାହୁ, ବାର୍ ଆସୋସିଏସନ ସଭାପତି ସୁଶାନ୍ତ କୁମାର ମିଶ୍ର, ସମ୍ପାଦକ ଚିରଞ୍ଜିବୀ ଦାଶ, ବିଭୂତି ରାଉତ, ସୁବାଷ କୁମାର ପାତ୍ର, ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଇକୋ କ୍ଲବ୍‌ର ଛାତ୍ରୀମାନେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇଥିଲେ।

Leave A Reply

Your email address will not be published.