କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ:

0

କାଗଜ ପ୍ରସ୍ତୁତ ବ୍ୟାଜ ମାଧ୍ୟମରେ ‘ବୃକ୍ଷ ଲଗାଅ’ ବାର୍ତ୍ତା


ଓଡ଼ଗାଁ, ୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ‘ବନ ମହୋତ୍ସବ–୨୦୨୬’ ଉତ୍ସାହର ସହ ପାଳିତ ହୋଇଯାଇଛି।
ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଓ ବିଦ୍ୟାଳୟର ମିଳିତ ସହଯୋଗରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ଭାବଗ୍ରାହୀ ମହାପାତ୍ରଙ୍କ ତତ୍ବାବଧାନରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା, ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ, ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର କର, ସରପଞ୍ଚ ଦୀପିକା ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୀମାଞ୍ଚଳ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ନାୟକ, ଚନ୍ଦ୍ରମଣି ନାୟକ, ପ୍ରଦୀପ ପୃଷ୍ଟି, ଗୋବିନ୍ଦ ଦଳେଇ, ମାଗେତା ବେହେରା, ପ୍ରକୃତିବନ୍ଧୁ ପ୍ରଫୁଲ୍ଲ କୁମାର ମାଝୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ଏବଂ ଶିକ୍ଷାର୍ଥୀମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା ପରିବେଶ ସୁରକ୍ଷା ବାର୍ତ୍ତା। ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ କାଗଜ ଏବଂ କନାରେ ପ୍ରସ୍ତୁତ ଫୁଲତୋଡ଼ା ପ୍ରଦାନ କରାଯାଇ ପଲିଥିନର ବହୁଳ ବ୍ୟବହାରକୁ ବର୍ଜନ କରିବା ପାଇଁ ସଚେତନ କରାଯାଇଥିଲା। ଏପରିକି କାଗଜରେ ପ୍ରସ୍ତୁତ ବ୍ୟାଚ୍ ମାଧ୍ୟମରେ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶିକ୍ଷକ ବିଦ୍ୟାଧର ସାହୁ ଓ କୃଷ୍ଣଚନ୍ଦ୍ର ଆଲଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Leave A Reply

Your email address will not be published.