ଗାୟତ୍ରୀ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ

0

ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରୀସ୍ଥିତ ଗାୟତ୍ରୀ ବିଦ୍ୟାମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ସାର୍ଥକ ଷଡ଼ଙ୍ଗୀ ଓ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ଷଡ଼ଙ୍ଗୀ କର୍ତ୍ତା ଭାବେ ଯୋଗଦେଇ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ବିଶ୍ୱର ସମସ୍ତ ବିଦ୍ୟାର୍ଥୀଙ୍କ କଲ୍ୟାଣ କାମନା କରି ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଅତିଥିମାନେ ସାମୂହିକ ଭାବେ ଯଜ୍ଞାହୂତି ପ୍ରଦାନ କରିବା ସହ ଯଜ୍ଞ ଭଗବାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଓଡ଼ଗାଁ ଗାୟତ୍ରୀ ପ୍ରଜ୍ଞାପୀଠର ଭଗବାନ ମନ୍ତ୍ରୀ ଓ ପ୍ରତାପ ଦାସ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିବା ବେଳେ ନାରାୟଣ ସାହୁ, ନୃସିଂହ ଚରଣ ସାହୁ, ସନ୍ଧ୍ୟାରାଣୀ ମାଝି, ଜୟନ୍ତୀ ସାହୁ, ସନ୍ତୋଷ ଭଞ୍ଜ ଏବଂ ନାରାୟଣ ଯେନା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବାଳ ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର ସାହୁ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.