ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପଶୁଗୁଡା ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉରୁବାଲୀ ଠାରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ୨୨ତମ ବନ ମହୋତ୍ସବ ଅବସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପଶୁଗୁଡା ସରପଞ୍ଚ ଶ୍ରୀ ରାମ ରାବା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସ୍ୱଇଁ ସଭାପତିତ୍ୱ କରିଥିଲେ। ଅତିଥିମାନେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରି ପରିବେଶ ସୁରକ୍ଷା ଓ ଜଳବାୟୁ ସନ୍ତୁଳନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ସୁଦୀପ ମଣ୍ଡଳ, କାର୍ତ୍ତିକ ମଣ୍ଡଳ, ଜ୍ଞାନରଞ୍ଜନ ମଲ୍ଲିକ, ଅନୁରାଧା ବେହେରା, ସୁମନ ସାହୁ, ରମେଶ କୁମାର ମାଡକାମୀ, ବିନୋଦ ମଜୁମଦାର, ମୁଥୁଲା ଭେଙ୍କଟ ରାବଣ, ମୋନାଲିଶା ମଣ୍ଡଳ, ଆଶିଷ ରଞ୍ଜନ ଦାସ, ରବୀନ୍ଦ୍ର ଶବର, ସୁଭଦ୍ରା ସ୍ୱାଇଁ, ମିନତୀ ନାୟକ, ଲିନା ସୁନାମ, ଭାରତୀ ମହାରଣା ଓ ରାଜେଶ ସଲବମ ଉପସ୍ଥିତ ଥିଲେ।
ସେହିପରି ମୋଟୁ ବନ ବିଭାଗ ପକ୍ଷରୁ ଫୋରେଷ୍ଟର ଶ୍ରୀ ସରୋଜ ଘଡ଼ାଇ, ଫୋରେଷ୍ଟ ଗାର୍ଡ ଯଗା ମାଡି ଓ ବାସୁଦେବ ବାସକିଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.