ଦୁର୍ଘଟଣାରେ ପ୍ରଧାନ ଗୁରୁଜୀ ଗୁରୁତର,

0

ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଜାରିଙ୍ଗୀ ମୌଜାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ପ୍ରଫୁଲ୍ଲ କୁମାର ପ୍ରଧାନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ମଙ୍ଗଳବାର ସକାଳେ ସେ ନିଜ ଗ୍ରାମରୁ ବାଇକ୍‌ରେ ବିଦ୍ୟାଳୟକୁ ଆସୁଥିଲେ। ଓଡ଼ଗାଁ କଲେଜ ରୋଡ଼ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଯିବା ଗଳି ଭିତରକୁ ବାଇକ୍ ବୁଲାଉଥିବା ବେଳେ ସମାନ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ପରେ ଉକ୍ତ ବାଇକ୍‌ଟି କିଛି ବାଟ ତାଙ୍କୁ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାର ଖବର ପାଇ ବିଦ୍ୟାଳୟର ଅନ୍ୟ ଗୁରୁଜୀ ଓ ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ଅଟୋଯୋଗେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ଦୁଇ ଆଣ୍ଠୁ, ଦୁଇ କହୁଣି ଏବଂ ନାକରେ ଗଭୀର ଆଘାତ ଲାଗିଥିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରାଥମିକ ଚିକିତ୍ସା ସମୟରେ ବାମ ହାତର କଚଟିରେ ସାମାନ୍ୟ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ବୟସାଧିକ କାରଣରୁ ଦୁର୍ଘଟଣା ପରେ ସେ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିବାରୁ ଡାକ୍ତରମାନେ ସାଲାଇନ୍‌ ଦେଇ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.