“ନିଶା ମୁକ୍ତ ଓଡ଼ିଶା ଅଭିଯାନ” ଅବସରରେ ମଡେଲ ଥାନା, ପାରଳାଖେମୁଣ୍ଡିରେ “ଆମ ପୋଲିସ” ସଚେତନତା ବୈଠକ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ନିଶା ମୁକ୍ତ ଓଡ଼ିଶା ଅଭିଯାନ” ଅବସରରେ ମଡେଲ ଥାନା, ପାରଳାଖେମୁଣ୍ଡି ଠାରେ “ଆମ ପୋଲିସ” ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ , ଛାତ୍ରଛାତ୍ରୀ , ସାଧାରଣ ଜନସାଧାରଣ ଏବଂ ପୋଲିସ ଅଧିକାରୀମାନେ ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ଏହାର ନିରାକରଣରେ ସମାଜର ସକ୍ରିୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ନିଶା ବିରୋଧୀ ସଚେତନତା ସୃଷ୍ଟି କରି ଏକ ସୁସ୍ଥ , ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ପରେ ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଦେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ବ୍ୟାନର ଧରି ନିଶା ବିରୋଧୀ ସ୍ଲୋଗାନ ଦେଇ ବିଶେଷ କରି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେ ରହିବା ଏବଂ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ।

Leave A Reply

Your email address will not be published.