ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦ୍ୱିଜେନ୍ଦ୍ରନାଥ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି , ମୁଖ୍ୟବକ୍ତା ଭାବେ ପ୍ରଗତିବାଦୀର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ତଥା ସମ୍ମାନିତ ଅତିଥି ରୂପେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା , ଆର୍.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ପ୍ରମୁଖ ମଞ୍ଚାସୀନ କରିଥିଲେ।
ନାଗରିକ ସାମ୍ୱାଦିକତା ବୃଦ୍ଧି ଓ ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ରରେ ବକ୍ତା ମାନେ ନିଜ ମନ୍ତବ୍ୟ ରଖିଥିଲେ। ସାମ୍ୱାଦିକତା ପୃଷ୍ଠଭୂମି ଭିତରେ ଅନେକ ଦୁଃଖ ସୁଖ ଓ ଜଞ୍ଜାଳ ମଧ୍ଯରେ ନିରପେକ୍ଷ ତଥା ସତ୍ୟତାକୁ ଦୃଷ୍ଟିଗୋଚର କରି ସମାଜରେ ନିଜର ସ୍ୱୀକୃତି ପାଇଥାନ୍ତି। ପ୍ରଶାସନ ସହ ଉଚିତ ସମନ୍ୱୟ ରକ୍ଷାକରି ସମସ୍ୟାର ସମାଧାନରେ ସହାୟତା କରିଥାନ୍ତି। ଏକ ନିର୍ଭୀକ ସାମ୍ୱାଦିକତା ସେମାନଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କରିଥାଏ। ପ୍ରାଞ୍ଜଳ ଭାବେ ସେମାନେ ବୁଝାଇଥିଲେ।
ଅନ୍ୟମାନଙ୍କ ମଧ୍ଯରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ସଂଜୟ ଜେନା ନିଜର ମନ୍ତବ୍ୟ ରଖିଥିଲେ। ଏହି ଅବସରରେ ଏସଡିପିଓ ରାକେଶ କୁମାର ସାହୁଙ୍କୁ ତାଙ୍କର ଶ୍ରେଷ୍ଠ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହାଛଡା ୬୦ରୁ ଉର୍ଦ୍ଧ୍ବ ସାମ୍ୱାଦିକ ମାନଙ୍କୁ ଉତ୍କଳ ସାମ୍ୱାଦିକ ସଂଘ ତରଫରୁ ଆଇଡି ଦିଆଯାଇଥଲା। ସୁଜିତ ପ୍ରଧାନ ସଂଯୋଜନା କରିଥିବା ବେଳେ ସୁଜିତ ବିଶୋୟୀ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ସରୋଜ ବୀର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ଓ ସନ୍ତୋଷ କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ଭକ୍ତି ସଂଗୀତ ସଂସଦର କଳାକାର ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ଉତ୍କଳ ସାମ୍ୱାଦିକ ସଂଘର ସମସ୍ତ ସଭ୍ୟ/ସଭ୍ୟା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.