ବଲାଙ୍ଗୀର: ଆଜି ସକାଳ ୯:୪୫ ହେବ ଟାଉନ ଥାନା ଏସ୍. ଆଇ ଚର୍ଚିଲ ମହାପାତ୍ର, ଏ.ଏସ.ଆଇ ବୈକୁଣ୍ଠ ଦେହେରୀ ଓ ଷ୍ଟାଫ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଖବର ପାଇଲେ ଯେ ନୂଆ ବସ ଷ୍ଟାଣ୍ଡ ପଛପଟେ ଇଶ୍ଵର ବେହେରା ନାମକ ଜଣେ ବ୍ୟକ୍ତି କଫ ସିରଫ ବିକୁଛି। ଟାଉନ ଥାନା ଅଧିକାରୀ ଅବନୀ ସାହୁଙ୍କ ନିର୍ଦ୍ଦେଶନାରେ ଜଣେ କାର୍ଯ୍ୟକାରି ବିଚାରପତି, ସାକ୍ଷୀ ମାନଙ୍କ ଉପସ୍ଥିତିରେ ଅଭିଯୁକ୍ତ ଇଶ୍ଵର ବେହେରା (୨୩ ବର୍ଷ) ପିତା: ବେଣୁ ବେହେରା ନିବାସୀ: ବିଭୁତି ପଡା, ବଲାଙ୍ଗୀର ହାଲ ଠିକଣା: ରାମେଶ୍ବର ନଗର ବଲାଙ୍ଗୀର ଠାରୁ ୧୦୦ ଗୋଟି ଏସକଫ କଫ ସିରପ ଓ ୩୦୦୦/- ଟଙ୍କା ଜବତ କରିଥିଲେ। ବଲାଙ୍ଗୀର ଟାଉନ ଥାନା କେଶ ନମ୍ବର ୩୨୫ ତ।.୨୭/୬/୨୦୨୬ ଦଫା:୨୧(ଗ)ଏନଡିପିଏସ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରି ତଦନ୍ତ ଭାର ଏସ୍ ଆଇ ଦେବାଶିଷ ସତପଥି ଙ୍କୁ ଦିଆଯାଇଛି. ଅଭିଯୁକ୍ତ ଇଶ୍ଵର ବେହେରା ର ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା କାରାଗାର କୁ ପଠାଯାଇଛି। ଘଟଣା ରେ ଅନ୍ୟାନ୍ୟ ଦିଗ ଯଥା: ଅନ୍ୟ ବ୍ୟକ୍ତି ଙ୍କ ସଂମ୍ପୃକ୍ତି , କଫସିରପ ଚାଲାଣ ର କ।ର୍ପଟଦାର ବର୍ତ୍ତମାନ ତଦନ୍ତ ଜାରି ରହିଛି |
Sign in
Sign in
Recover your password.
A password will be e-mailed to you.