ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ସ୍ମୃତି ସମାରୋହ

0

କେନ୍ଦୁଝର 24.6.2026 : ଗୋଣ୍ଡ ସାଂସ୍କୃତିକ ସମାଜ କେନ୍ଦୁଝର ପକ୍ଷରୁ ବୀରାଙ୍ଗନା ମହାରାଣୀ ଦୁର୍ଗାବତାଙ୍କର ୪୬୨ ତମ ଜିଲାସ୍ତରୀୟ ବଳିଦାନ ସ୍ମୃତି ସମାରୋହ ବୁଧବାର କେନ୍ଦୁଝର ସ୍ଥିତ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲା ଗୋଁଡ ସମାଜର ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ଚରଣ ନାୟକ ମୁଖ୍ୟ ଅତିଥୁ ଭାବେ ଯୋଗଦେଇ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଭାରତୀୟ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ମୋଗଲ ଶାସକ ଆକବରଙ୍କ ସହିତ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ମଧ୍ୟରେ ୧୫୬୪ ରେ ଯୁଦ୍ଧ ହୋଇଥିଲା। ଏଥିରେ ଗୋଁଡ ରାଣୀ ଦୁର୍ଗାବତୀ ଆକବର ସେନାକୁ ତିନିଥର ପରାସ୍ତ କରି , ଓ ଚତୁର୍ଥ ଯୁଦ୍ଧରେ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ନିଜେ ବଳିଦାନ ଦେଇଥିଲେ। ତେଣୁ ଏହି ଦିବସକୁ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ରୂପେ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ କିରଣବାଳା ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ ରାଣୀ ଦୁର୍ଗାବତୀଙ୍କ ଅସୀମ ବୀରତ୍ବ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ଗୋଁଡ ସଂକୃତିକ ସମାଜର ସମ୍ପାଦକ କୀର୍ତ୍ତନ ନାୟକ ଯୋଗଦେଇ ଲୁପ୍ତ ପ୍ରାୟ ଗୋଣ୍ଡ ପାରମ୍ପାରିକ ସାମରିକ କଳା ସଂସ୍କୃତିକୁ ଉଜ୍ଜିବୀତ ରଖିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ କେନ୍ଦୁଝର ଗୋଁଡ ସାଂସ୍କୃତିକ ସମାଜ ପକ୍ଷରୁ ଗୋଣ୍ଡ ପାରମ୍ପରିକ ଖଣ୍ଡା ନୃତ୍ୟ ଦଳ ପାହାଡ଼ପୁର , ଜଡିପଦା ଓ ବାଲିପୋଖରୀ ଖଣ୍ଡା ନୃତ୍ୟ ଦଳ କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା , କାଯ୍ୟକ୍ରମ କୁ ନିର୍ମଳ ଚନ୍ଦ୍ର ନାୟକ ସଂଯୋଜନା ଓ ସଙ୍ଗଠନର ସାଧାରଣ ସମ୍ପାଦକ ରାଧାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଚକ୍ରଧର ନାୟକ, ଗଦାଧର ନାୟକ , ଶାନ୍ତୁନୁ କୁମାର ସିଂ , ଅନାଦି ଚରଣ ନାୟକ, ଜୟନ୍ତୀ ସିଂହ, ଗୋବିନ୍ଦ ଚନ୍ଦ୍ର ନାୟକ , ଗୋଳଖ ମାନସିଂ , ଅପୂର୍ବ ନାୟକ , ଶ୍ରୀକାନ୍ତ ନାୟକ , ପଦ୍ମ ଚରଣ ନାୟକ , ଡମ୍ବରୁଧର ନାୟକ ସମେତ ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.