କେନ୍ଦୁଝର,ତା୨୪/୬- କେନ୍ଦୁଝର ସ୍ଥିତ କାସାଣ୍ଡ୍ରା କଲଚରାଲ କ୍ଲବ ପରିସରରେ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ କେନ୍ଦୁଝର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ଆମ ଆଦମୀ ପାର୍ଟି ଓଡ଼ିଶାର ସହ-ପ୍ରଭାରୀ ଶ୍ରୀ ପ୍ରବୀଣ କୁମାର କାଭିୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ସହ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି ଏବଂ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଥ ମାଝୀ ଯୋଗଦେଇ ଦଳର ନୀତି ଓ ଆଗାମୀ କାର୍ଯ୍ୟ ଯୋଜନା ସମ୍ପର୍କରେ ମତ ରଖିଥିଲେ।
ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ ବୈଠକରେ ସଭାପତିତ୍ୱ କରିଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ଶୁଭଙ୍କର ମହାନ୍ତି, ବରିଷ୍ଠ ନେତା ସରୋଜ କୁମାର ନାୟକ, ଯୁବ ସଭାପତି କମଲ ଲୋଚନ ମହାନ୍ତ, ବରିଷ୍ଠ ସଦସ୍ୟ ସୁଧୀର କୁମାର ମହାନ୍ତ, ଡମ୍ବରୁଧର ମହାନ୍ତ, ଅରୁଣ ନାଏକ, ଜୟକୃଷ୍ଣ ନାଏକ, ଦିଲେଶ୍ୱର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଦୀପୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ୬୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଙ୍ଗଠନିକ ସୁଦୃଢ଼ତା, ଜନସମସ୍ୟାର ସମାଧାନ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ନେଇ ଆଲୋଚନା କରିଥିଲେ। ବୈଠକ ଶେଷରେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତ କର୍ମୀ ସଂକଳ୍ପବଦ୍ଧ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.