ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬;

0

ଓଡ଼ଗାଁ ତହସିଲ ପ୍ରଥମ ଏବଂ ଏସ୍‌ଆର୍‌ ଇଲେଭେନ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ

ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପାଠାଗାର ପଡ଼ିଆରେ ଶନିବାର ସନ୍ଧ୍ୟାରେ ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।
ଉଦଘାଟନୀ ମ୍ୟାଚ୍‌ରେ ଝାଡ଼ସାହି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ ୱିକେଟ୍ ହରାଇ ୪୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଓଡ଼ଗାଁ ତହସିଲ ଅଫିସ ଦଳ ୫.୪ ଓଭରରେ ୭ ୱିକେଟରେ ମ୍ୟାଚ୍ ବିଜୟୀ ହୋଇଥିଲା।
ଦ୍ୱିତୀୟ ମ୍ୟାଚ୍‌ରେ ପାଠାଗାର (ଏ) ଦଳ ସମସ୍ତ ୱିକେଟ୍ ହରାଇ ୬୩ ରନ୍ ସଂଗ୍ରହ କରିଥିବା ବେଳେ ମାନପୁର ଦଳ ୫.୫ ଓଭରରେ ୮ ୱିକେଟରେ ମ୍ୟାଚ୍ ଜିତିଯାଇଥିଲା। ତୃତୀୟ ମ୍ୟାଚ୍‌ରେ ରଙ୍ଗଣୀପାଟଣା ଦଳ ନିର୍ଦ୍ଧାରିତ ଓଭରରେ ୭୦ ରନ୍ ସଂଗ୍ରହ କରିଥିଲା। ପ୍ରତିଉତ୍ତରରେ ଆମ୍ବରାପୁର ଦଳ ୬୧ ରନ୍‌ରେ ସୀମିତ ରହିବାରୁ ରଙ୍ଗଣୀପାଟଣା ବିଜୟୀ ଘୋଷିତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଏସ୍‌ଆର୍‌ ଇଲେଭେନ ୬ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଥିଲା। ଜବାବରେ ମାଛିପଡ଼ା ଦଳ ୪ ୱିକେଟ୍ ହରାଇ ୬୬ ରନ୍‌ରେ ସୀମିତ ରହିବାରୁ ଏସ୍‌ଆର୍‌ ଇଲେଭେନ ବିଜୟ ହାସଲ କରିଥିଲା।
ଲିଗ୍ ପର୍ଯ୍ୟାୟର ବିଜୟୀ ଦଳମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ମାନପୁର ୮ ଓଭରରେ ୭୩ ରନ୍ କରିଥିଲା। ଏହାର ଜବାବରେ ଓଡ଼ଗାଁ ତହସିଲ ଅଫିସ ୩ ୱିକେଟ୍ ହରାଇ ୭୪ ରନ୍ ସଂଗ୍ରହ କରି ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଏସ୍‌ଆର୍‌ ଇଲେଭେନ ୭୫ ରନ୍ ସଂଗ୍ରହ କରିଥିବା ବେଳେ ରଙ୍ଗଣୀପାଟଣା ଦଳକୁ ୫୬ ରନ୍‌ରେ ଅଟକାଇ ମ୍ୟାଚ୍ ଜିତି ଏସ୍‌ଆର୍‌ ଇଲେଭେନ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିଲା । ରବିବାର ସନ୍ଧ୍ୟାରେ ଜ୍ୟୋତି ଇଲେଭେନ ଓ କଇଥଗାଡ଼ିଆ, ଏନ୍‌ସିସି ନୟାଗଡ଼ ଓ ବ୍ରଦର୍ସ ଇଲେଭେନ ହରେକୃଷ୍ଣପୁର, ପାଠାଗାର (ବି) ଓ ଲେଜେଣ୍ଡ ଏମ୍ପୋରର, ଏବଂ ପିକେ ୱାରିଅର୍ସ ଓ ସାନଗୋରଡ଼ା ମଧ୍ୟରେ ଚାରିଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.