କେନ୍ଦ୍ରାପଡ଼ା:୧୫,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ରଜର ଖୁସି ଭିତରେ ଅଘଟଣ। କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜଦୋଳି ଉପରେ ମାଡ଼ିଗଲା ଏକ ବୋଲେରୋ ଗାଡ଼ି। ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ରଜର ଆନନ୍ଦ ମଧ୍ୟରେ ଖେଳିଯାଇଛି ଚିନ୍ତାର ଛାୟା ।ରଜ ପର୍ବ ଅବସରରେ ତନାର ଗାଁରେ ଚାଲିଥିଲା ଉତ୍ସବର ପରିବେଶ। ଗାଁର ଛୋଟ ବଡ଼ ସମସ୍ତେ ରଜର ଆନନ୍ଦରେ ମସଗୁଲ ଥିବା ବେଳେ ହଠାତ୍ ଘଟିଥିଲା ଏହି ଅଘଟଣ। ସୂଚନା ଅନୁଯାୟୀ, ଏକ ବୋଲେରୋ ଗାଡ଼ି ରଜଦୋଳି ନିକଟକୁ ଆସି ଦୋଳି ଉପରେ ମାଡ଼ିଯାଇଥିଲା। ଫଳରେ ଦୋଳିରେ ଥିବା ଦୁଇ ଜଣ ଶିଶୁ ଆହତ ହୋଇଥିଲେ ।ଦୁର୍ଘଟଣା ପରେ ସେଠାରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି ।ରଜ ପରି ଏକ ଆନନ୍ଦର ପର୍ବରେ ଘଟିଥିବା ଏହି ଦୁର୍ଘଟଣା ଗାଁର ଖୁସିର ପରିବେଶକୁ ମୁହୂର୍ତ୍ତକ ମଧ୍ୟରେ ବଦଳାଇ ଦେଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ରଜର ଉତ୍ସବ ମଧ୍ୟରେ ଘଟିଥିବା ଏହି ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି ।
Sign in
Sign in
Recover your password.
A password will be e-mailed to you.