ବେଲଗୁଣ୍ଠା-୧୫/୬-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅଧୀନ ଭଞ୍ଜନଗର-ସୋରଡ଼ା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମଟରସାଇକେଲ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ସନ୍ୟାସୀ ନାଇକଙ୍କ ପୁଅ ଶିଶିର ନାଇକ (୧୮), ଦ୍ଵିତୀୟ ଏବଂ ଝିଅ ଲିପି ନାଇକ(୧୬) ଏକ ଓଡି-୩୨ଏମ୍-୩୩୭୨ ନମ୍ବର ବିଶିଷ୍ଟ ମଟରସାଇକେଲରେ ନିଜ ମାମୁଁଘର ବଡବୋରସିଂ ପଞ୍ଚାୟତ ଡିମିରିପଲ୍ଲୀ ଗ୍ରାମକୁ ଯାଉଥିଲେ।ଅପରାହ୍ନ ପ୍ରାୟ ୪.୩୦ଟା ସମୟରେ କଣ୍ଟେଇପଲ୍ଲୀ ନିକଟସ୍ଥ ଦୁବୁଲୁଣ୍ଡା ଘାଇ ପାଖ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଶକ୍ତ ଭାବେ ଧକ୍କା ହୋଇଥିଲା।ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁଇଜଣ ଯାକ ରାସ୍ତା ଉପରକୁ ଛିଟିକି ପଡ଼ି ରକ୍ତାକ୍ତ ଓ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପୁଅ ଶିଶିରକୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଲିପିକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଲିପି ର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଏ ପଟେ ଏ ନେଇ ମୃତକଙ୍କ ପିତା ସନ୍ୟାସୀ ନାଇକ ଗାଙ୍ଗପୁର ଥାନାରେ ଏକ ଲିଖିତ ଏତଲା ଦେବା ପରେ, ପୁଲିସ କେସ୍ ନମ୍ବର ୨୭୨/୨୬, ଧାରା ୨୮୧/୧୦୬(୧) BNS ଅନୁଯାୟୀ ମାମଲା ରୁଜୁ କରି ଶିଶିରଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ କଇଣ୍ଡି ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.