ବଲାଙ୍ଗୀର: ରକ୍ତଦାନ ହେଉଛି ମହାଦାନ। ଜଣକର ରକ୍ତ ଅନ୍ୟ ଜଣଙ୍କୁ ଜୀବନଦାନ ଦେଇପାରେ। ଏହି ମହତ ଉଦ୍ଦେଶ୍ୟକୁ ନେଇ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଗତକାଲି ବଲାଙ୍ଗୀର ସହରରେ ଏକ ଅଭିନବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ‘ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ’ ତରଫରୁ ଲୋକଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ ଓ ସଚେତନ କରାଯାଇଛି..
ବର୍ତ୍ତମାନ ବଲାଙ୍ଗୀର ସହରର ସ୍ଥାନୀୟ କଳା ମଣ୍ଡଳ ପଡ଼ିଆରେ ମିନା ବଜାର ଚାଲୁଅଛି। ଏହି କାରଣରୁ ପ୍ରତିଦିନ ସେଠାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହେଉଛି। ଲୋକଙ୍କ ଏହି ଭିଡ଼କୁ ଦୃଷ୍ଟିରେ ରଖି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ସେହି ସ୍ଥାନକୁ ସଚେତନତାର ମାଧ୍ୟମ ଭାବେ ବାଛିଥିଲେ। ମିନା ବଜାରକୁ ଆସୁଥିବା ବହୁସଂଖ୍ୟକ ଜନସାଧାରଣ, ବିଶେଷ କରି ଯୁବପିଢ଼ିଙ୍କ ପାଖରେ ରକ୍ତଦାନର ଗୁରୁତ୍ୱ ପହଞ୍ଚାଇବା ଏବଂ ରକ୍ତଦାନକୁ ନେଇ ଥିବା ଭ୍ରାନ୍ତ ଧାରଣା ଦୂର କରିବା ଅନୁଷ୍ଠାନର ମୂଳ ଲକ୍ଷ ଥିବା ବେଳେ
ପଡ଼ିଆ ମଧ୍ୟରେ ଫାଉଣ୍ଡେସନର ସଦସ୍ୟମାନେ ଏକତ୍ରିତ ହୋଇ ଲୋକଙ୍କୁ ରକ୍ତଦାନର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ସେମାନେ କହିଥିଲେ ଯେ, ଆମ ସହରରେ ଅନେକ ସମୟରେ ରକ୍ତର ଅଭାବ ଯୋଗୁଁ ରୋଗୀମାନେ ହଇରାଣ ହୁଅନ୍ତି। ଯଦି ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବେ, ତେବେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯାଇପାରିବ।
ସଙ୍ଗଠନର ଏହି ପ୍ରଶଂସନୀୟ ଉଦ୍ୟମକୁ ମିନା ବଜାରକୁ ଆସିଥିବା ଦର୍ଶକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ବେଶ୍ ସ୍ଵାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏପରିକି ୫ ସ୍ବେଛାକୃତ ଭାବରେ ରକ୍ତଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ… ଏହି ସଚେତନତା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସୋମନାଥ ମିଶ୍ର, ମୁକେଶ ପଧାନ, କନ୍ଦର୍ପ ରଣା, ବୁଲୁ ମହାକୁର, ରୂପା ଦାସ, ପ୍ରିୟା ମିଶ୍ର, ଶିବାନୀ ଜାଲ, ମନୋଜ ଖମାରି, ଆଶିଷ ସିଂ, ଘନ ପଶାୟତ, ଖଗେଶ୍ୱର ପଧାନ, ମାନସ ପଟେଲ, ପଞ୍ଚା ପଟ୍ଟନାୟକ,କ୍ରିଷ ରଣା ସହ ବହୁ କର୍ମକର୍ତା ଉପସ୍ଥିତ ରହି ସଚେତିତ କରିଥିଲେ..
Sign in
Sign in
Recover your password.
A password will be e-mailed to you.