ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ୨୦୨୬ରେ ଧାମରା ପୋର୍ଟକୁ ଉତ୍ତମ ପଣ୍ୟ କାରବାର ପାଇଁ ମିଳିଲା ସମ୍ମାନ

0

ଧାମରା, ୧୩ ଜୁନ ୨୦୨୬: ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଭାବେ ପରିଚିତ ଆଦାନି ପୋର୍ଟ୍ସ ଆଣ୍ଡ ଲଜିଷ୍ଟିକ୍ସ ଅଧୀନରେ ପରିଚାଳିତ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌କୁ ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ୨୦୨୬ରେଉତ୍ତମ ପଣ୍ୟ କାରବାର ପାଇଁ “ନନ୍-ମେଜର୍ ପୋର୍ଟ ଅଫ୍ ଦି ଇୟର୍” ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଭାରତୀୟ ପଣ୍ୟକାରବାର ଏବଂ ଯୋଗାଣ ପରିଚାଳନା କ୍ଷେତ୍ରରେ ଧାମରା ପୋର୍ଟର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଓ ଅବଦାନକୁ ସ୍ୱୀକୃତି ଦେଇଛି।
୧୨ ଜୁନ ୨୦୨୬ରେକୋଲକାତାଠାରେ ଏକ୍ସିମ୍‌ ଇଣ୍ଡିଆ – ସିପିଙ୍ଗ୍ ଟାଇମ୍ସ ଦ୍ଵାରା ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ୨୦୨୬କାର୍ଯ୍ୟକ୍ରମରେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌କୁ ଏହି ପୁରସ୍କାରପ୍ରଦାନ କରାଯାଇଥିଲା। ସମ୍ମାନପତ୍ରରେ ଏକ୍ସିମ୍‌ ଇଣ୍ଡିଆ – ସିପିଙ୍ଗ ଟାଇମ୍ସର ସମ୍ପାଦକ ଶ୍ରୀ ନିଖିଲ ମୋଦି ସ୍ୱାକ୍ଷର କରିଥିଲେ।
ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ଭାରତର ସାମୁଦ୍ରିକ, ବନ୍ଦର ଏବଂ ଯୋଗାଣ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ପାଇଁ ଏକ ପ୍ରତିଷ୍ଠିତ ମଞ୍ଚ ଭାବେ ପରିଚିତ। “ନନ୍-ମେଜର୍ ପୋର୍ଟ ଅଫ୍ ଦି ଇୟର୍” ସମ୍ମାନ ଲାଭ କରିବା ଧାମରା ପୋର୍ଟର କାର୍ଯ୍ୟକୁଶଳତା, ଆଧୁନିକ ଭିତ୍ତିଭୂମି ଏବଂ ଗ୍ରାହକ-କୈନ୍ଦ୍ରିକ ସେବାର ପ୍ରତିଫଳନ।
ଏହି ସଫଳତା ସମ୍ପର୍କରେ ଧାମରା ପୋର୍ଟ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଏହି ସମ୍ମାନ ଆମର ସମସ୍ତ ଗ୍ରାହକ, ବ୍ୟାବସାୟିକ ଭାଗୀଦାର ଓ କର୍ମଚାରୀଙ୍କର ଅବିରତ ସହଯୋଗ ଓ ବିଶ୍ୱାସର ପରିଣାମ। ଏହା ଆମକୁ ଆହୁରି ଉତ୍କୃଷ୍ଟ ସେବା ପ୍ରଦାନ ସହ ପୂର୍ବ ଉପକୂଳର ବାଣିଜ୍ୟିକ ବିକାଶରେ ଅଧିକ ଅବଦାନ ରଖିବା ପାଇଁ ପ୍ରେରଣା ଯୋଗାଇବ।
ଏହି ସମ୍ମାନ ପୂର୍ବ ଉପକୂଳରେ ଧାମରା ପୋର୍ଟର ଦୃଢ଼ ଉପସ୍ଥିତି ଓ ବଢ଼ୁଥିବା ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିଛି। ଏହା ସହିତ ଧାମରା ପୋର୍ଟ ଦେଶର ସାମୁଦ୍ରିକ ଓ ଯୋଗାଣ ପରିଚାଳନା କ୍ଷେତ୍ରରେ ନିଜର ନେତୃତ୍ୱକୁ ଆହୁରି ମଜଭୁତ କରିଛି।

Leave A Reply

Your email address will not be published.