ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

0 1

ବେଲଗୁଣ୍ଠା:୧୩/୬–(ଶିବରାମ ଚୌଧୁରୀ )ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର କଇଠରା ଗ୍ରାମରେ ଜଣେ ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ତତ୍ପରତା ପ୍ରକାଶ କରି ଗାଙ୍ଗପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଓ ଜୈନିକ ନାବାଳିକାର ଲିଖିତ ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତିରେ ନାବାଳିକାଙ୍କ ବାପା-ମାଁ କୌଣସି କାମରେ ବଡଗଡ ଏକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ ୧୪ ବର୍ଷର ନାବାଳିକା ଓ ତାଙ୍କ ଭଉଣୀ ଶୋଇଥିଲେ। ଏହି ସମୟର ସୁଯୋଗ ନେଇ ପ୍ରାୟ ରାତି ୧୧:୩୦ ମିନିଟ୍ ସମୟରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ଡାକୁଆଙ୍କ ପୁଅ ତପନ ଡାକୁଆ (୨୫) ବାରିପଟ ଦେଇ ଆସି ଘରର କବାଟ ବାଡ଼େଇଥିଲା।ନାବାଳିକା ଜଣକ କବାଟ ଖୋଲିବା ମାତ୍ରେ ଅଭିଯୁକ୍ତ ତପନ ଜୋର-ଜବରଦସ୍ତ ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ସମୟରେ ଗ୍ରାମର କିଛି ବ୍ୟକ୍ତି ତାକୁ ଦେଖିଥିବା ନେଇ ମଧ୍ୟ ଏହି ଲିଖିତ ଅଭିଯୋଗରେ ଉଲ୍ଲେଖ ରହିଛି ।
ଏହି ସଙ୍ଗୀନ ମାମଲାକୁ ଗୁରୁତର ସହ ନେଇ ଗାଙ୍ଗପୁର ପୋଲିସ କେସ୍ ନମ୍ବର ୨୬୬/୨୬ ରେ ଏକ ମାମଲା ରୁଜୁ କରି
ଭାରତୀୟ ନ୍ୟାୟ ସଂହିତା ଧାରା ୬୩୩୨(ଏ)/୬୫(୧) ରେ
ଅଭିଯୁକ୍ତ ତପନ ଡାକୁଆକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.