
ସାରସକଣା,(ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଝାରପୋଖରିଆ ଥାନା କେସ୍ ନମ୍ବର ୧୦୭/୨୦୨୬ ଆଧାରରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ବେଆଇନ ଗୋ-ଚାଲାଣ ମାମଲାରେ ସଂପୃକ୍ତ ଥିବା ଉତ୍ତମ ଦଣ୍ଡପାଟଙ୍କ ଘରେ ଆର୍ଥିକ ଅନୁସନ୍ଧାନ ପାଇଁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ପ୍ରାୟ ୧ଲକ୍ଷ ୨୦ ହଜାର ରୁ ଅଧିକ ନଗଦ ଟଙ୍କା, ସୁନା ୧୦୦ ଗ୍ରାମ, ରୂପା ୫୦୦ ଗ୍ରାମ ଏବଂ ଅନେକ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ଏହା ସହିତ ତାଙ୍କର ଏକ ଦୁଇ ମହଲା କୋଠାଘର ଜବତ କରିଛି , ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଗୋଟିଏ ଅଟିକା କାର ଯାହାର ବର୍ତ୍ତମାନ ମୂଲ୍ୟ ୧,୨୭,୧୧,୯୯୮ ଟଙ୍କା ବୋଲି ସୂଚନା ପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରୁ ଉତ୍ତମଙ୍କର ଦୁଇଟି ‘ଫରଚ୍ୟୁନର’ ଗାଡ଼ି ଜବତ କରାଯାଇଥିବା ବେଳେ ସେ ନିଜର ଅନ୍ୟ ଏକ ‘XUV 700’ ଗାଡ଼ି ନେଇ ଫରାର ଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ଖୋଜାଖୋଜି ଚଳାଇଛି। ଅପରପକ୍ଷରେ,ଶୀର୍ଷା ଅଞ୍ଚଳର ଅର୍ଜୁନ ପଟ୍ଟନାୟକ(କାନ୍ହୁ )ଙ୍କ ଘରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଟି ଚାରିଚକିଆ ଗାଡ଼ି ସହ ଦୁଇ ଟି ବାଇକ୍ ଜବତ କରାଯାଇଛି।। ସେ ଏକ ଏନଡିପିଏସ ମାମଲାରେ ସଂପୃକ୍ତ ଥିବା ନେଇ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.