ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଓ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ବୁଡୁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଏବଂ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମଟି ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିମଳ ରାଉଳ , ସଚିବ , ଡିଏଲଏସଏ , ଗଜପତି , ଶ୍ରୀ ରାଜେଶ କୁମାର ମିଶ୍ର , ପିପି , ଜିଲ୍ଲା ନ୍ୟାୟାଳୟ , ଗଜପତି , ଶ୍ରୀମତୀ ସୁନୀତା ଲିମା , ପିଇଓ , ବୁଡୁରା ଗ୍ରାମ ପଞ୍ଚାୟତ , ଶ୍ରୀମତୀ ହେମଲତା ମିଶାଲ , ସରପଞ୍ଚ , ବୁଡୁରା ଗ୍ରାମ ପଞ୍ଚାୟତ , ଶ୍ରୀ କାଳୁ ରାଉତ , ସହକାରୀ ଶ୍ରମ ଅଧିକାରୀ , ଗଜପତି ଏବଂ ଶ୍ରୀ ତ୍ରିନାଥ ସେଠୀ , ଆଇଆଇସି , କାଶୀନଗର ଥାନା ପ୍ରମୁଖ ଉପସ୍ଥିତ ରହି ଶିଶୁ ଶ୍ରମ ନିରୋଧ , ଶିଶୁଙ୍କ ଅଧିକାର , ବୃଦ୍ଧମାନଙ୍କ ସୁରକ୍ଷା ଓ ସମ୍ମାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ଜଷ୍ଟିସ ମିଶନ (ଆଇଜେମ)ର ସଦସ୍ୟମାନେ ମଧ୍ୟ ଯୋଗଦାନ କରିଥିଲେ। ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଓ ଅଂଶଗ୍ରହଣକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.