ସ୍ଥାୟୀ କୃଷି ମଡେଲ ଅନୁଧ୍ୟାନ ପାଇଁ ମହାରାଷ୍ଟ୍ର ପ୍ରତିନିଧି ଦଳର ଝାରସୁଗୁଡା ଗସ୍ତ

0

ଝାରସୁଗୁଡା, : ସ୍ଥାୟୀ କୃଷି ଓ ଜୀବିକା ବିକାଶ କ୍ଷେତ୍ରରେ କାର୍ଯ୍ୟରତ ମହାରାଷ୍ଟ୍ରର ବିଆରଏଲଏଫ (BRLF) ସହଯୋଗୀ ସଂସ୍ଥାର ସଦସ୍ୟମାନେ ଏବଂ ବିଆରଏଲଏଫର ପ୍ରୋଗ୍ରାମ ଅଫିସର ଦେବ ପାଇକରାୟ ଏପିସି ପ୍ରକଳ୍ପ ମଡେଲର ଅନୁଧ୍ୟାନ ପାଇଁ ଝାରସୁଗୁଡା ଜିଲ୍ଲାର ସେୱା ଅନୁଷ୍ଠାନକୁ ଦୁଇ ଦିନିଆ ପରିଦର୍ଶନ କରିଥିଲେ।

ପରିଦର୍ଶନ ସମୟରେ ପ୍ରତିନିଧି ଦଳ କୋଲାବିରା ବ୍ଲକର ଏସ୍. ପଣ୍ଡକିମାଲ ଓ କୁମୁରାଡ଼ିହି ଗ୍ରାମ ଗସ୍ତ କରି ପୋଟଳ ଟ୍ରେଲିସ କ୍ଲଷ୍ଟର, ସିଆରଏଲପି ଜଳସେଚନ ବ୍ୟବସ୍ଥା, ପିଜି ପ୍ରକ୍ରିୟା ଏବଂ ଜୈବ ସଂଶାଧନ କେନ୍ଦ୍ରର କାର୍ଯ୍ୟକଳାପ ଅବଲୋକନ କରିଥିଲେ।

ସେହିପରି ଲଇକେରା ବ୍ଲକର ଅନ୍ଧାରୀମୁଣ୍ଡା, ବାବୁଛିପିଡିହି, ବାଇଗନବୁଡ଼ ଓ କଦୋଦରହ ଗ୍ରାମ ପରିଦର୍ଶନ କରି ଜୈବିକ ଚାଷ ଆଧାରିତ ଭେଣ୍ଡି ଓ ପୋଟଳ କ୍ଲଷ୍ଟର, ଏମଆରଏଲପି/ସିଆରଏଲପି ମଡେଲ, କାର୍ଯ୍ୟକ୍ଷମ ବାୟୋ-ଡାଇଜେଷ୍ଟର, ଗୋମୂତ୍ର ସଂଗ୍ରହ ପ୍ରଣାଳୀ, ସୌରଚାଳିତ ରିଙ୍ଗୱେଲ, ବ୍ୟବସାୟିକ ଚାଷ ଏବଂ ବିଆରଏଲଏଫ ସହାୟତାପ୍ରାପ୍ତ ବିଆରସି ପ୍ରଦର୍ଶନ କ୍ଷେତ୍ରର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ଏହି ପରିଦର୍ଶନ କୃଷକ ସମୂହ ଓ ସ୍ଥାୟୀ କୃଷି କ୍ଷେତ୍ରରେ ପାରସ୍ପରିକ ଜ୍ଞାନ ଓ ଅନୁଭବ ବିନିମୟର ଏକ ଉତ୍ତମ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରତିନିଧି ମଣ୍ଡଳୀ ମତ ପ୍ରକାଶ କରିଥିଲେ। ଏହି ଗସ୍ତକୁ ସଫଳ କରିବାରେ ସେୱା ଅନୁଷ୍ଠାନର କୃଷି ଉତ୍ପାଦନ ସମୂହ ପ୍ରକଳ୍ପ ଟିମ୍ ସକ୍ରିୟ ସହଯୋଗ ପ୍ରଦାନ କରିଥିଲା।

Leave A Reply

Your email address will not be published.